ଗୁରୁନାନକ ଛକ ଠାରେ ଥିବା ମଦ ଦୋକାନ ବନ୍ଦ ନେଇ ଖଡ଼ିଆଳ ଏନଏସି କାଉନସିଲରଙ୍କ ଜିଲ୍ଲାପାଳଙ୍କୁ ଫେରାଦ
ନୂଆପଡ଼ା : ଖଡ଼ିଆଳ ସହରର ଗୁରୁନାନକ ଛକ ଠାରେ ଥିବା ମଦ ଦୋକାନ ବନ୍ଦ ନେଇ ଖଡ଼ିଆଳ ଏନଏସିର କାଉନସିଲର ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଆଜି ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ମଦ ଦୋକାନ କାରଣରୁ ଅନେକ ସମସ୍ୟା ଅନୁଷ୍ଠିତ ହେଉଅଛି । ବିଶେଷ କରି ଛାତ୍ରଛାତ୍ରୀ ମାନେ ଯାତାୟତରେ ସମସ୍ୟା ସମ୍ମୁଖୀନ ହେଉଛି । ଦୁର୍ଘଟଣା ଜନିତ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି । ମଦ ଦୋକାନର ମାତ୍ର ୧୦୦ ମିଟର ଦୂରତାରେ ଗୁରୁଦ୍ୱାରା, ତ୍ରିନାଥ ମନ୍ଦିର ଏବଂ ସାଇ ମନ୍ଦିର ରହିଛି । କାଉନସିଲର ସୁଶ୍ଚିମିତା ମହାରଣା, ରେବତୀ ଶବର, ରାଜରାଣୀ ପଟ୍ଟନାୟକ, କ୍ରିଷ୍ଣା ତାଣ୍ଡି, ସୁନୀଲ କୁମାର ସାହୁ, ଲକ୍ଷଣ ଦୂରୀଆ, ସକୁନ୍ତଳା ରାଉର, ସୁବେର ସିଂ ଦେଓ, ବଜରଙ୍ଗ ଭୋଇ, ଚନ୍ଦନ କୁମାର ସାହୁ, ନରେନ୍ଦ୍ର ଶବର,ବନିତା ହଂସ ଏବଂ ୟୋଶବନ୍ତି ସିନ୍ଧୁର ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ ।
