ସୁଖ-ସମୃଦ୍ଧି ଓ ଧନ ବର୍ଷା କରିବ କେସର ଓ ହଳଦିର ଏହି ଉପାୟ, ଜାଣନ୍ତୁ କିପରି …..
କେସର ଓ ହଳଦି ମିଶ୍ରିତ କ୍ଷୀର ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ମାତ୍ର ଆପଣ ହୁଏତ ଜାଣି ନଥିବେ କେସର ଓ ହଳଦି ଆପଣଙ୍କ ଭାଗ୍ୟକୁ ମଧ୍ୟ ଚମକାଇପାରିବ। ଶାସ୍ତ୍ରରେ କେସର ଓ ହଳଦିକୁ ନେଇ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଯାହା ଦୁର୍ଭାଗ୍ୟ ଦୂର କରି ସୁଖସମୃଦ୍ଧି ଓ ଧନ ବୃଦ୍ଧି କରିଥାଏ। କେସର ଓ ହଳଦିର ସମ୍ବନ୍ଧ ମା’ଲକ୍ଷ୍ମୀ ଓ ଦେବଗୁରୁ ବୃହସ୍ପତିଙ୍କ ସହ ଜଡିତ ବୋଲି ମାନ୍ୟତା ରହିଛି। ମା’ଲକ୍ଷ୍ମୀ ସୁଖସମୃଦ୍ଧି ଓ ଧନର ଦେବୀ। ବୃହସ୍ପତି ଜ୍ଞାନ, ସୌଭାଗ୍ୟ ଓ ଉନ୍ନତିର କାରକ ବୋଲି କୁହାଯାଏ। କେସର ଓ ହଳଦିର କିଛି ଉପାୟ ଆପଣାଇବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ସହ ଧନପ୍ରାପ୍ତି ହୋଇଥାଏ। ଜାଣନ୍ତୁ..
ଗୁରୁବାର ଭଳି ଶୁକ୍ରବାର ଦିନ ମଧ୍ୟ ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଏହିଦିନ ଏକ ଚାନ୍ଦି ଟଙ୍କାରେ ହଳଦି ଲଗାଇ ମା’ଙ୍କୁ ଅର୍ପଣ କରନ୍ତୁ। ଏହାପରେ ଏହି ଟଙ୍କାକୁ ଏକ ଲାଲ କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ। ଫଳରେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବା ସହ ଧନବୃଦ୍ଧି ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅଷ୍ଟମୀ ତିଥିରେ ବ୍ରହ୍ମମୁହୂର୍ତ୍ତରେ ସକାଳେ ସ୍ନାନ କରିବା ପରେ ମା’ଲକ୍ଷ୍ମୀଙ୍କର ପୂଜା କରନ୍ତୁ। ମା’ଙ୍କୁ ଗୋଟା ହଳଦି ଅର୍ପଣ କରନ୍ତୁ। ଏହାକୁ ନିଜ ପର୍ସରେ ରଖନ୍ତୁ କିମ୍ବା ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଦିନ ଘରର ମୁଖ୍ୟ ଦ୍ୱାରରେ ହଳଦି ଜଳ ଛିଞ୍ଚନ କରନ୍ତୁ। ଏହା ଖୁବ୍ ଶୁଭ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଘରେ ପ୍ରବେଶ କରିବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ ହୋଇଥାଏ।
ଗୁରୁବାର ଦିନ ଭଗବାନ ଗଣେଶ, ପ୍ରଭୁ ଶଙ୍କର ମା’ଲକ୍ଷ୍ମୀଙ୍କୁ କେସର ତିଳକ ଲଗାଇବା ଖୁବ୍ ଶୁଭଙ୍କର। ଏପରି କରିବା ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ ବିଶେଷ କୃପା ମିଳିଥାଏ। ଗୁରୁବାର ରାତିରେ କେସର ଅଳ୍ପ କ୍ଷୀରରେ ମିଶାଇ ସେବନ କରିବା ଦ୍ୱାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ।
