ଦିଲ୍ଲୀ, ଗୁଜରାଟ ଫଳାଫଳ ପରେ କେନ୍ଦୁଝର ଆପ୍ ଉତ୍ସାହିତ, ସହରରେ ଶୋଭାଯାତ୍ରା
କେନ୍ଦୁଝର : ଦିଲ୍ଲୀ ଏମ.ସି.ଡି ରେ ଆମ୍ ଆଦମୀ ପାର୍ଟିର ବିପୁଳ ବିଜୟ ସହିତ ଗୁଜୁରାଟରେ ୫ ଟି ଆସନ ଜିତି ରାଷ୍ଟ୍ରୀୟ ଦଳର ସ୍ୱୀକୃତି ପାଇବା ପରେ କେନ୍ଦୁଝର ଆପ୍ କର୍ମୀଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି । ଶୁକ୍ରବାର ଆମ୍ ଆଦମୀ ପାର୍ଟି କେନ୍ଦୁଝର ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଅଛି । ଏହି କ୍ରମରେ ପ୍ରଥମେ ସ୍ଥାନୀୟ କାଳୀପଡ଼ିଆ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ଏହାପରେ କାଳୀପଡିଆରୁ ଶୋଭାଯାତ୍ରାରେ ବାହାରି କେନ୍ଦୁଝର ସହରର ପରିକ୍ରମା କରିଥିଲେ ଆପ୍ କର୍ଯ୍ୟକର୍ତା ମାନେ । ଜିଲ୍ଲା ସହ ସଂଯୋଜକ ଜୈନୁଲ ଆବେଦିନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ହେମନ୍ତ ମହାନ୍ତ, ଜିଲ୍ଲା ସଂଗଠନ ସମ୍ପାଦକ ଭବାନୀଶଙ୍କର ମହାନ୍ତ, ଜିଲ୍ଲା ସମ୍ପାଦକ ଶୁଭଙ୍କର ମହାନ୍ତି, ରାଜ୍ୟ ଯୁବ ଉପସଭାପତି ଦିପୁ ମହାନ୍ତ, ଅସ୍ମିନ ସେଠୀ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁଶାନ୍ତ ନାୟକ, ଯୋଡ଼ା ବ୍ଲକ୍ ସଂଯୋଜକ ମନୋରଞ୍ଜନ ପଲେଇ, ଅମୋଲ ମାଥିଉ, କାଳୀଚରଣ ବେହେରା, ଚନ୍ଦ୍ର ଲାଗୁରି ପ୍ରମୁଖ ଯୋଗ ଦେଇଥିଲେ ।
