ଭିଜିଲାନ୍ସ ଜାଲରେ କେଗାଓଁ ଫରେଷ୍ଟ ରେଞ୍ଜ ଅଫିସର, ଏକସଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ
ଧର୍ମଗଡ଼ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା କେଗାଓଁ ରେଞ୍ଜର କେଶବ ମାଝିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଏକସଙ୍ଗେ ରେଞ୍ଜ ଅଫିସ, କେସିଙ୍ଗା ସ୍ଥିତ ବାସ ଭବନ ସହ ନିଜ ପୈତୃକ ଘର ବ୍ରାହ୍ମଣୀରେ ଚଢ଼ାଉ ହୋଇଛି । ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସବିଶେଷ ସୂଚନା ମିଳିନାହିଁ ।
କେସିଙ୍ଗା ସହରର ଓମ୍ ନଗର ସ୍ଥିତ କେଶବଙ୍କ ତିନି ମହଲା ଘର, କେଗାଓଁରେ ଥିବା ଅଫିସ ଚାମ୍ବର ଓ ସରକାରୀ ବାସଭବନ, କେସିଙ୍ଗା ଥାନା ବ୍ରାହ୍ମଣୀ ଗାଁରେ ଥିବା କେଶବଙ୍କ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ଟିମରେ ୫ ଜଣ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।
