ବାସ୍ତୁ ଦୋଷ ଦୂର କରିବା ପାଇଁ ଘରେ ରଖନ୍ତୁ ବଇଁଶୀ, ହୋଇଥାଏ ଅନେକ ଲାଭ
ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁଶାସ୍ତ୍ରରେ ବଇଁଶୀକୁ ଅତ୍ୟନ୍ତ ଶୁଭ ଏବଂ ଖାସ୍ ବୋଲି କୁହାଯାଇଥାଏ। ଭଗବାନ ବିଷ୍ଣୁଙ୍କ ଅବତାର କୁହାଯାଉଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବଇଁଶୀ ଅତ୍ୟନ୍ତ ପ୍ରିୟ ଥିଲା। ସେ ସବୁବେଳେ ବଇଁଶୀକୁ ନିଜ ପାଖରେ ରଖୁଥିଲେ। ଏଥିପାଇଁ ହିନ୍ଦୁ ଧର୍ମ ଶାସ୍ତ୍ରରେ ବଇଁଶୀକୁ ବିଶେଷ ସ୍ଥାନ ମିଳିଛି। ବାସ୍ତୁଶାସ୍ତ୍ର ଅନୁସାରେ ବଇଁଶୀକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ବଇଁଶୀର ମଧୁର ଧ୍ବନିରେ ମୋହିତ କରୁଥିଲେ। ରାଧାଙ୍କ ସହ ତାଙ୍କର ପ୍ରେମ ମଧ୍ୟ ବଇଁଶୀ ଜରିଆରେ ହୋଇଥିଲା। ଯଦି ଆପଣଙ୍କ ଘରେ ଅଶାନ୍ତିର ବାତାବରଣ ରହିଛି କିମ୍ବା ଆପଣଙ୍କ ଜୀବନସାଥୀଙ୍କ ସହିତ ଝଗଡ଼ା ହୋଇଛି ତେବେ ଆପଣଙ୍କୁ ମଧ୍ୟ ଘରେ ଶ୍ରୀକୃଷ୍ଣଙ୍କ ବଇଁଶୀ ରଖିବା ଉଚିତ୍। ବାଉଁଶରୁ ପ୍ରସ୍ତୁତ ହୋଇଥିବା ବଇଁଶୀ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।
ଯଦି ଆପଣଙ୍କୁ ଆଖପାଖରେ କୌଣସି ବ୍ୟକ୍ତିଙ୍କଠୁ ନକରାତ୍ମକ ଶକ୍ତିର ଅନୁଭବ ହୋଇଥାଏ ତେବେ ନିଜ ପାଖରେ ଛୋଟ ବଇଁଶୀ ରଖିବା ଆରମ୍ଭ କରି ଦିଅନ୍ତୁ। ଯଦି ସମ୍ଭବ ତେବେ ଏକ ଚାନ୍ଦିର ବଇଁଶୀ ପ୍ରସ୍ତୁତ କରି ପାଖରେ ରଖନ୍ତୁ ନହେଲେ ବାଉଁଶ କିମ୍ବା କାଠର ବଇଁଶୀ ରଖନ୍ତୁ। ବଇଁଶୀ ନିଜ ପାଖରେ ରଖିଲେ ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କୃପା ଆପଣଙ୍କ ପାଖରେ ସବୁବେଳେ ରହିବ। ଯାହା ଦ୍ବାରା ନକରାତ୍ମକ ଲୋକଙ୍କ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ।
ବଇଁଶୀ ହେଉଛି ସମୃଦ୍ଧିର ପ୍ରତୀକ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ବଇଁଶୀ ଥାଏ, ସେଠାରେ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପଡ଼ିଥାଏ। ଯାହା ଦ୍ବାରା କେବେ ମଧ୍ୟ ଅର୍ଥାଭାବ ଦେଖାଯାଏ ନାହିଁ । ଏହା ସହିତ ସବୁପ୍ରକାର ଦୁଃଖକଷ୍ଟରୁ ମୁକ୍ତି ମିଳିଥାଏ। ବାସ୍ତୁଦୋଷ ଦୂର କରିବା କ୍ଷେତ୍ରରେ ବଇଁଶୀ ବେଶ୍ ସହାୟକ। ତେବେ ଆସନ୍ତୁ ଜାଣିବା ବଇଁଶୀ ରଖିବା ଦ୍ବାରା କେଉଁ ସବୁ ବାସ୍ତୁଦୋଷ ଦୂର ହୋଇଥାଏ।
ପତିପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦୂର କରିବା ପାଇଁ ଶୟନ କକ୍ଷରେ ମୁଣ୍ଡପାଖରେ ବଇଁଶୀ ରଖି ଶୁଅନ୍ତୁ।
ଘରର ମୁଖ୍ୟ ଦ୍ବାର ଉପରେ ବଇଁଶୀ ରଖିବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ଆର୍ଥିକ ସଙ୍କଟ ଦୂର ହୁଏ ଏବଂ ଶ୍ରୀକୃଷ୍ଣଙ୍କ କୃପା ଲାଭ ହୋଇଥାଏ।
ସମସ୍ତଙ୍କର ନଜର ପଡ଼ୁଥିବା ଭଳି ସ୍ଥାନରେ ବଇଁଶୀ ରଖନ୍ତୁ। ଏହାଦ୍ବାରା ସକାରାତ୍ମକ ଚିନ୍ତା ଓ ଶକ୍ତି ବୃଦ୍ଧି ହୋଇ ସଫଳତା ପ୍ରାପ୍ତି ହୋଇଥାଏ।
ଯଦି ଘରର କୌଣସି ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାନ୍ତି, ତେବେ ତାଙ୍କ କୋଠରିର କବାଟ ଉପରେ କିମ୍ବା ତାଙ୍କ ମୁଣ୍ଡ ପାଖରେ ବଇଁଶୀ ରଖିବା ଦ୍ବାରା ସ୍ବାସ୍ଥ୍ୟଲାଭ ହୁଏ।
ବ୍ୟବସାୟରେ ଲାଭ ହେବା ପାଇଁ ଦୋକାନର ମୁଖ୍ୟ ଦ୍ବାର ଉପରେ ବଇଁଶୀ ରଖନ୍ତୁ।
ବଇଁଶୀକୁ କେବେ ସିଧା ନ ଲଗାଇ ତେରଚ୍ଛା ଲଗାନ୍ତୁ।
