ଘରେ ରଖନ୍ତୁ ହାତୀର ପେଣ୍ଟିଂ କିମ୍ବା ମୂର୍ତ୍ତି ! ଜାଣନ୍ତୁ ବାସ୍ତୁ ଅନୁସାରେ କେଉଁଠି ରଖିଲେ ପାଇବେ ଶୁଭ ଫଳ
Goa, India. Elephants Souvenirs Of Stone On Shelf In Store. Goods For Tourists.
ହିନ୍ଦୁ ଧର୍ମରେ ହାତୀକୁ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଧନର ଦେବୀ ଲକ୍ଷ୍ମୀଙ୍କ ୨ ପାର୍ଶ୍ୱରେ ହାତୀ ଦଣ୍ଡାୟମାନ ରହିଥିବାରୁ ଏହି ଜୀବକୁ ଖୁବ୍ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହାସହ ହାତୀକୁ ଶକ୍ତି, ସୌଭାଗ୍ୟ ଓ ବୁଦ୍ଧିମତାର ପ୍ରତୀକ ବୋଲି ବି ବିବେଚନା କରାଯାଇଥାଏ।
ଘରର ମୁଖ୍ୟ ଗେଟ୍ର ଉଭୟ ପାର୍ଶ୍ୱରେ ୨ଟି ହାତୀ ରଖିବାକୁ ଶୁଭ ବିବେଚନା କରାଯାଇଥାଏ। ହାତୀର ଶୁଣ୍ଢ ଘର ଭିତରକୁ ମୁହଁ କରିଥିଲେ ଆପଣଙ୍କ ଜୀବନ ହସଖୁସିରେ ଭରିଯାଏ । ଏହାବାଦ ଯଦି ହାତୀ ଶୁଣ୍ଢ ବାହାରକୁ ହୋଇଥାଏ, ତାହା ଆପଣଙ୍କ ଘରକୁ ମନ୍ଦ ଏବଂ ନକାରାତ୍ମକ ଶକ୍ତିରୁ ରକ୍ଷା କରିବାରେ ସଫଳ ହୋଇଥାଏ।
ଉପରକୁ ଶୁଣ୍ଢ କରିଥିବା ହାତୀକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ପରିବାରର ସୁଖ, ସମୃଦ୍ଧି, ସଫଳତା, ସୌଭାଗ୍ୟ ଆଦି ବୃଦ୍ଧି ପାଇଥାଏ । ତଳ ଆଡ଼କୁ ଶୁଣ୍ଢ କରିଥିବା ହାତୀକୁ ଗେଟ୍ ସମ୍ମୁଖରେ ରଖି ଦୀର୍ଘାୟୁର ପ୍ରତୀକ ବୋଲି ବିବେଚନା କରାଯାଇଥାଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ହାତୀମାନଙ୍କର ଚିତ୍ରକୁ ଶୋଇବା ଘରେ ରଖିବା ଉଚିତ୍ । ଆପଣ ହାତୀ, ପେଣ୍ଟିଂ କିମ୍ବା କୁଶନ କଭରର ଯୋଡି ମୂର୍ତ୍ତି ମଧ୍ୟ ରଖିପାରିବେ ।
ଯଶ ଓ କିର୍ତ୍ତୀ ପାଇଁ ଲାଲ ହାତୀକୁ ବାସ୍ତୁ ଅନୁଯାୟୀ ଉତ୍ତର ଦିଗରେ ରଖିବା ଦ୍ୱାରା ସମାଜରେ ମାନ-ସମ୍ମାନ ଯଶ ଆଦି ବଢ଼ିଥାଏ। ବ୍ୟବସାୟରେ ଲାଭ ପାଇଁ ଚାନ୍ଦୀର ହାତୀ ଘରେ ରଖନ୍ତୁ।
ଅଧ୍ୟୟନ କକ୍ଷ କିମ୍ବା କାର୍ଯ୍ୟାଳୟରେ ହାତୀର ଚିତ୍ର ରଖିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ଯଦି ଆପଣ ପିଲାମାନଙ୍କ କୋଠରୀରେ ଏକ ପେଣ୍ଟିଂ ରଖିବାକୁ ଚାହୁଁଛନ୍ତି, ତେବେ ମହିଳା ହାତୀ ଏବଂ ତାଙ୍କ ପିଲାଙ୍କ ସହିତ ଏକ ଫଟୋ ରଖନ୍ତୁ ।
ଫେଙ୍ଗ୍ ଶୁଇ ଅନୁଯାୟୀ, ପିଲାଙ୍କ ଏକାଗ୍ରତା ବଢ଼ାଇବା ପାଇଁ ଆପଣ ସେମାନଙ୍କ ରୁମ୍ରେ ଏହାର ପେଣ୍ଟିଂ ବା ଖେଳନା ରଖିପାରିବେ । ଯଦି ସମ୍ଭବ, ଆପଣ ଏହାକୁ ପିଲାଙ୍କ ଷ୍ଟଡି ଟେବୁଲ ଉପରେ ଖେଳନା ଭାବରେ ରଖିପାରିବେ ।
