ଆଦର୍ଶ ପ୍ରତିଭା ବିକାଶ ପରିଷଦର କବିତା ଆସର
କଟକ : ସାରସ୍ୱତ ଅନୁଷ୍ଠାନ ଆଦର୍ଶ ପ୍ରତିଭା ବିକାଶ ପରିଷଦର କବିତା ଆସର ଓ ଆଲୋଚନାଚକ୍ର ଚାଉଳିଆଗଂଜସ୍ଥିତ ଉତ୍କଳମଣି ଶିଶୁ ଉଚ୍ଚଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପଣ୍ଡିତ ଡ. ଅଭୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରକୁ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ପ୍ରଫେସର ଆଦିତ୍ୟ ପ୍ରତାପ ଧଳ, ମୁଖ୍ୟବକ୍ତା ଭାବେ ସଂପର୍କ ସାହିତ୍ୟ ସଂସ୍କୃତି ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା, ସମ୍ମାନୀୟ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଓ ଅରୁଣ କୁମାର ଅଗ୍ରୱାଲ, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରତାପ ମହାପାତ୍ର ଯୋଗଦେଇ ବହୁ ଅକୁହା କଥା କବିତା ମାଧ୍ୟମରେ କୁହାଯାଇଥାଏ, ସାମାଜିକଧର୍ମୀ କବିତା କବିର ଅଗୋଚରରେ କାଳଜୟୀ ହୋଇଥାଏ ବୋଲି କହିଥିଲେ । କବି ମନୋରଂଜନ ପଣ୍ଡା ଓ ନମିତା ମହାନ୍ତିଙ୍କ ସଂଯୋଜନାରେ କବି ବସନ୍ତ କୁମାର ସାହୁ, ସୁଶିଳ କୁମାର ରାଉତ, ଉତ୍ତମ ଚରଣ ପ୍ରଧାନ, ରାଜକିଶୋର ସ୍ୱାଇଁ, ରଘୁନାଥ ତ୍ରିପାଠୀ, ସତ୍ୟଶୈଳ ମହାନ୍ତି, ସୁରେନ୍ଦ୍ର ଜେନା, ମୈତ୍ରୀଭୁଷଣ ଖୁଣ୍ଟିଆ, ହରେକୃଷ୍ଣ ଦଳେଇ, ଶୂନ୍ୟକାନ୍ତ ଦାଶ, ନିରୂପମା ସାହୁ, ଚୈତନ୍ୟ ରାଉତ, ଅନ୍ନପୂର୍ଣ୍ଣା ସାହୁ, ଦେବେନ୍ଦ୍ରନାଥ ସାହୁ, ସ୍ନେହଲତା ଦ୍ୱିବେଦୀ, ନିବେଦିତା ମହାନ୍ତି, ଗୀତାଂଜଳି ପୃଷ୍ଟି, ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସାଧାରଣ ସଂପାଦକ ଅଶ୍ୱିନୀ କୁମାର ସେଠୀ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବାବାଜୀ ଚରଣ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।
