ପୁଣିଥରେ ଏକାଠି ନଜର ଆସିବେ କ୍ୟାଟ୍-ସଲୁ, ଏହିଦିନ ରିଲିଜ ହେବ ଟାଇଗର-୩
ମୁମ୍ବାଇ : ବଲିଉଡର ‘ଦବଙ୍ଗ’ ସଲମାନ ଖାନ ଶୁକ୍ରବାର ଦିନ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ସରପ୍ରାଇଜ୍ ଦେଇଛନ୍ତି। ଆଜି ସକାଳେ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର’ ୩’ର ପ୍ରଥମ ଟିଜର ରିଲିଜ କରିଛନ୍ତି। ଟିଜର ସାମ୍ନାକୁ ଆସିବା ମାତ୍ରେ ଲୋକମାନେ କ୍ୟାଟ୍ରିନା କୈଫଙ୍କ ଆକ୍ସନ ସିନ୍ କୁ ଖୁବ୍ ପ୍ରଶଂସା କରୁଛନ୍ତି । ଏହି ଟିଜର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।
ଏହି ସର୍ଟ ଟିଜରରେ, କ୍ୟାଟ୍ରିନା କୈଫ କିଛି ଜବରଦସ୍ତ ଆକ୍ସନ କରିବା ସହ ତାଙ୍କ ହାତରେ ଗ୍ଲୋଭସ୍ ଓ ଏକ କଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଟିଜର ପ୍ରଶଂସକଙ୍କ ଉତ୍ସାହ ଏବଂ କୌତୁହଳକୁ ଖୁବ ବଢାଇ ଦେଇଛି । ତାସହ ଫିଲ୍ମର ଏକ ଝଲକ ଦେଖାଇ ସବୁ ଫ୍ୟାନ୍ସଙ୍କୁ ଉତ୍ସାହିତ କରିଛନ୍ତି ସଲମାନ ଖାନ ଓ କ୍ୟାଟ୍ରିନା କୈଫ। ଟିଜରର ଶେଷରେ ଯେତେବେଳେ କ୍ୟାଟ୍ରିନା କୈଫ୍ ସଲମାନଙ୍କୁ ରେଡି ବୋଲି ପଚାରନ୍ତି ତେବେ ତାଙ୍କ ଜବାବ ଥାଏ ଯେ, ଟାଇଗର ଅଲୱେଜ ରେଡି। ଏହି ଟିଜର ଟିକୁ ରିଲିଜ କରିବାପରେ କ୍ୟାପସନରେ ସଲମାନ ଖାନ ଲେଖିଛନ୍ତି ଯେ, ଆମେ ସବୁ ନିଜ ନିଜ ଦାୟିତ୍ୱ ନେବା ଦରକାର। ୨୦୨୩ ଇଦରେ ଆସୁଛି ଟାଇଗର-୩। ଆସନ୍ତୁ ସମସ୍ତେ ମିଶିବା। ହିନ୍ଦୀ,ତାମିଲ ଓ ତେଲୁଗୁରେ ରିଲିଜ ହେବ ଟାଇଗର-୩। ୨୧ ଏପ୍ରିଲ ୨୦୨୩ ରେ ନିଜ ପାଖ ସିନେମା ହଲରେ #YRF50 ସହ #Tiger3 ର ଉତ୍ସବ ମନାନ୍ତୁ।
‘ଟାଇଗର’ ୩ ଫିଲ୍ମରେ ଇମ୍ରାନ ହାସମୀଙ୍କୁ ବି ଦେଖିବାକୁ ମିଳିବ। ଯିଏ ପ୍ରଥମ ଥର ପାଇଁ ପରଦାରେ ସାଲ-କ୍ୟାଟଙ୍କ ସହ କାମ କରୁଛନ୍ତି। ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ‘ଟାଇଗର ୩’ ଏପ୍ରିଲ , ୨୧ ଏପ୍ରିଲ ୨୦୨୧ ରେ ଇଦ୍ ଅବସରରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ‘
