ଫିଲ୍ମ ‘୭୭୭ ଚାର୍ଲି’ ଦେଖି କାନ୍ଦିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
କର୍ଣ୍ଣାଟକ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଉକ୍ତ ଭିଡିଓରେ ମୁଖ୍ୟମନ୍ତ୍ରୀ କାନ୍ଦୁଥିବାର ଦେଖିବାକୁ ମିଳିଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ୭୭୭ ଚାର୍ଲି ଦେଖିବା ପରେ ବୋମ୍ମଇ ଭାବବିହ୍ୱଳ ହୋଇଯାଇଥିଲେ ।
କନ୍ନଡ ଫିଲ୍ମ ଅଭିନେତା ରକ୍ଷିତ ସେଟ୍ଟୀଙ୍କ ଅଭିନୀତ ଫିଲ୍ମ ୭୭୭ ଚାର୍ଲି ଜୁନ୍ ୧୦ରେ ସିନେମା ଘରେ ରିଲିଜ ହୋଇଛି । ଫିଲ୍ମଟି ତା’ର କାହାଣୀକୁ ନେଇ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଛି । ଫିଲ୍ମରେ ଏକ କୁକୁର ଓ ତା’ ମାଲିକର କାହାଣୀକୁ ଦର୍ଶାଯାଇଛି । ଖାସ୍ କଥାଟି ହେଲା, ମୁଖ୍ୟମନ୍ତ୍ରୀ ବୋମ୍ମଇ ଜଣେ କୁକୁର ପ୍ରେମୀ । ଆଉ ଗତବର୍ଷ ତାଙ୍କ କୁକୁରର ମୃତ୍ୟୁ ହୋଇଥିଲା । ସେଥିପାଇଁ ଫିଲ୍ମଟିକୁ ଦେଖିବା ପରେ ସେ କାନ୍ଦିବାକୁ ଲାଗିଥିଲେ ।
