ଦୀପାବଳୀରେ ନେଟଫ୍ଲିକ୍ସରେ ରିଲିଜ୍ ହେବ କରଣ ଜୋହରଙ୍କ ଫିଲ୍ମ ‘ମିନାକ୍ଷୀ ସୁନ୍ଦରେଶ୍ୱର’
ମୁମ୍ବାଇ : ଏଥରକ ଦୀପାବଳୀରେ ଆସୁଛି ବଲିଉଡର ମଶୁର ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ । ଫିଲ୍ମଟି ନଭେମ୍ବର ୫ ରେ ନେଟଫ୍ଲିକ୍ସରେ ଷ୍ଟ୍ରିମ କରାଯିବ । ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ଏବଂ ଅଭିନେତା ଅଭିମନ୍ୟୁ ଦସାନୀଙ୍କୁ ଦେଖିବାକୁ ମିଳିବ ।
ଏନେଇ ଫିଲ୍ମ ନିର୍ମାତା କରଣ ଜୋହର ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । କରଣ ଜୋହର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଏଥିରେ ସାନ୍ୟା ଏବଂ ଅଭିମନ୍ୟୁଙ୍କୁ ଦେଖିବାକୁ ମିଳୁଛି ।
