ମୋଟର ପମ୍ପ ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ : ୪ ଜଣଙ୍କୁ ଗାଁ ଦାଣ୍ଡରେ ବୁଲାଇବା ସହ ଖୁଣ୍ଟରେ ବନ୍ଧା ଯାଇ ଅପମାନିତ
ବରଗଡ଼ : ବରଗଡ ଜିଲା ଗାଇସିଲେଟ ବ୍ଲକ ରାଏସଲପଦର ଗ୍ରାମରେ କଙ୍ଗାରୁ କୋର୍ଟ । ମୋଟର ପମ୍ପ ଚୋରି ଅଭିଯୋଗରେ ଚାରି ଜଣଙ୍କ ହାତରେ ଦଉଡି ବାନ୍ଧି ଗାଁ ଦାଣ୍ଡରେ ବୁଲାଗଲା । ପରେ ଖୁଣ୍ଟରେ ବନ୍ଧା ଯାଇ ଅପମାନିତ କରାଯାଇଛି ।
ଉକ୍ତ ଚାରି ଜଣ ପାଣି ମୋଟର (ପମ୍ପ) ଚୋରି କରିଥିଲେ ବୋଲି ଗାଁ ଲୋକ ଅଭିଯୋଗ କରି ଏହି କଙ୍ଗାରୁ କୋର୍ଟ କରିଛନ୍ତି । ପୋଲିସ ଉପରେ ଭରସା ନହେବାରୁ ଲୋକେ ଏପରି କରିଥିବା କୁହାଯାଉଛି । ସବୁକିଛି ସରିବା ପରେ ସେମାନେ ଗାଇସିଲେଟ ପୋଲିସକୁ ଖବର କରିଥିଲେ । ପରେ ଚୋରଙ୍କୁ ପୋଲିସ ହାତରେ ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗାଇସିଲେଟ ଓ ପଦ୍ମପୁର ଅଞ୍ଚଳର ଏହି ଭିଡିଓ । ଗାଇସିଲେଟ ପୋଲିସର କହିବା ମୁତାବକ ସେମାଙ୍କ ଠାରୁ କିଛି ଚୋରି ସାମଗ୍ର ମଧ୍ୟ ଜବତ ହୋଇଛି । ହେଲେ ଏପରି ଗାଁ ଦାଣ୍ଡରେ ଦଣ୍ଡିତ କରିବା ପ୍ରଥାରୁ କେବେ ମୁକ୍ତ ହେବ ଆମ ସମାଜ ତାହା ଚିନ୍ତାର ବିଷୟ ପାଲଟିଛି ।
