କାଳିମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ମାନସ ଇଲେଭେ ନ ଷ୍ଟାର ଦଳ ଚମ୍ପିୟାନ
ବାଲିଆପାଳ : ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅଧିନସ୍ଥ ଶ୍ରୀରାମପୁର ଗ୍ରାମର କାଳିଚରଣ ସରକାରୀ ହାଇସ୍କୁଲ ମିନି ଷ୍ଟାଡ଼ିୟମ୍ ଠାରେ କାଳିମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଜାମକୁଣ୍ଡା ମାନସ ଇଲେଭେନ ଷ୍ଟାର ଦଳ ଚମ୍ପିୟାନ ହୋଇଛି । କାଳିମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ପର୍ଯ୍ୟୟକ୍ରମେ ଖେଳ ହୋଇ ଫାଇନାଲରେ ବାଇପାଟଣା ଓ ଜାମକୁଣ୍ଡା ମାନସ ଇଲେଭେନ ଷ୍ଟାର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାନସ ଇଲେଭେନ ଷ୍ଟାର ଜାମକୁଣ୍ଡା ଦଳ ବାଇପଟଣା ଦଳକୁ ହରାଇ ଖେଳରେ ଚମ୍ପିଆନ ହୋଇଥିଲେ ।
କାଳିମାତା ଆସୋସିଏସନର ବରିଷ୍ଠ ସଦସ୍ୟ ସୁକାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସଭାରେ କାଳିଚରଣ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ରମାନାଥ ପାତ୍ର ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଯୁଗଳ କିଶୋର ପାତ୍ର, ପରମାନନ୍ଦ ଜେନା, ଶ୍ରୀରାମପୁର ସେକ୍ଟରର ସ୍ୱାସ୍ଥ୍ୟ ପରିଦର୍ଶକ ଅଜୟ କୁମାର ପାତ୍ର, ପରମାନନ୍ଦ ବେହେରା, କାଳିମାତା ଆସୋସିଏସନର ମୁଖ୍ୟ ଜୟନାରାୟଣ ଜେନା ପ୍ରମୁଖ ଯୋଗଦେଇ ବିଜୟୀ ଏବଂ ରନର୍ସଅପ ଦଳକୁ ଟ୍ରଫି ଓ ନଗଦଅର୍ଥ ରାଶି ପ୍ରଦାନ କରିଥିଲେ । ଖେଳଶିକ୍ଷକ ଦେବାଶିଷ ବେହେରା, ପ୍ରଶାନ୍ତ କୁମାର ଦେ ଖେଳ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ଷ୍ଟାର୍ଲିଙ୍ଗ ପାୱାର ସଲ୍ୟୁସନର ସଂଯୋଜନାରେ ଜଗଦୀପ ଆଇଚ, କାଳିମାତା କ୍ରିକେଟ ଆସୋସିଏସନର ଖେଳ ଶିକ୍ଷକ ଆନନ୍ଦ ବେହେରା, ଅତୁଲ ରାୟ, ବିଜନ କୁମାର ପାତ୍ର, ସୌରଭ କୁମାର ପାତ୍ର, ହରିସେବକ ପାତ୍ର, ସ୍ୱାଗତ କୁମାର ସାହୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ସମସ୍ତ କର୍ଯ୍ୟ ବହନ କରିଥିଲେ ।
