ଦୁର୍ଦାନ୍ତ ଅପରାଧି କାଲା ଓରଫ ହାତଖଣ୍ଡି ଗିରଫ
ଖୋର୍ଦ୍ଧା : ବିଭିନ୍ନ ଅପରାଧିକ ଘଟଣାରେ ଜଡିତ ଥାଇ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଦୁର୍ଦାନ୍ତ ଅପରାଧି କାଲା ହତଖଣ୍ଡି ଓରଫ ମହମଦ ଶେଖବତକୁ ଖୋର୍ଦ୍ଧା ଥାନା ପୋଲିସ ଶନିବାର ଭୁବନେଶ୍ୱର ରୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ କୋର୍ଟରେ ହାତଖଣ୍ଡିର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଖୋର୍ଦ୍ଧା ଉପକାରଗାରକୁ ପଠାଇ ଦିଆଯାଇଛି ।
ପୋଲିସ ସୂଚନା ମୁତାବକ ହାତଖଣ୍ଡି ଗତ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଦେଉଳଟାଙ୍ଗି ଗ୍ରାମର କାଲା ହତଖଣ୍ଡି ଓରଫ ମହମଦ ଶେଖବତ ତାର ସାବତ ଭାଇ ଏମଡି ସବିତକୁ ତୋଟାପଡ଼ା ଛକରେ ଥିବା ଦୋକାନ ଉପରେ ଗୁଳି ଚଳାଇ ହତ୍ୟା କରିଥିଲା । ଏନେଇ ଏମଡି ଗୋରା ଥାନାରେ ଅଭିଯୋଗ କରିଥିଲା ତେବେ ଗୋରାର ଅଭିଯୋଗ କ୍ରମେ ଖୋର୍ଦ୍ଧା ଥାନା ପୋଲିସକେଶ ନଂ ୪୧୩/୧୭ ଦଫା ୩୦୨ଆଇପିସି ୨୫/୨୭ଆର୍ମସ ଆକ୍ଟରେ ଏକ କେସ ହୋଇ ତଦନ୍ତ କରଯାଇଥିଲା । । ଉକ୍ତ କେସରେ କାଲା ହାତଖଣ୍ଡି ନାମରେ ଏକ ଘଈଡ ଖୋର୍ଦ୍ଧା କୋର୍ଟରୁ ଆସିଥିଲା ସେହିପରି ୨୦୦୧ ମସିହାରେ ମଧ୍ୟ ଏକ ଛିନତାଇ କେସରେ ତା ନାମରେ ଘଈଡ ଖୋର୍ଦ୍ଧା କୋର୍ଟରୁ ଆସିଥିଲା । ସେ ଦୀର୍ଘ ଦିନ ହେବ ପୁଲିସକୁ ଚକମ । ଦେଖାଇ ଫେରାର ହୋଇ ବୁଲୁଥିଲା । ଖୋର୍ଦ୍ଧା ଏସପିଙ୍କ ନେତୃତରେ ଗୋଟିଏ ଟିମ ଗଠନ କରାଯାଇ ଅଭିଯୁକ୍ତ କାଲା ହାତଖଣ୍ଡିକୁ ଧରିବା ପାଇଁ ଚାରିଆଡେ ଚଢାଉ କରାଯାଉଥିଲା । ଆଜି ଫେରାର ଆସାମୀ କାଲା ହତଖଣ୍ଡିକୁ ଉକ୍ତ ଟିମ ଧରିବାରେ ସକ୍ଷମ ହୋଇଥିଲା ।
