ନ୍ୟାୟ ଅପକ୍ଷାରେ ଜ୍ୟୋତି ଯୌତୁକ ଟଙ୍କା ଫେରସ୍ତ ଦାବି
କଟକ : ସ୍ତ୍ରୀକୁ ନିର୍ଯାତନା ଦେଇ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ ରଶ୍ମୀରଞ୍ଜ ସ୍ବାଇଁଙ୍କ ନାମରେ ଜଗଦପୁରଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ସ୍ଵତେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ସ୍ତ୍ରୀ ଜ୍ୟୋତି ରାଣିଅଭିଯୋଗ କରିଛନ୍ତି। ସୂଚନା ଥାଉ କି କଟକ ଜିଲ୍ଲା ସାତବାଟିୟ ଗ୍ରାମର ବସନ୍ତ ଖୁଣ୍ଟିଆଙ୍କ ଝିଅ ଜ୍ୟୋତି ରାଣି ପାଇଁ ଗତ ୧୬.୦୫.୨୦୧୦ରେ କଟକ ଜଗତପୁର ବୈକୁଣ୍ଠ ବିହାର ନିବାସ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ଜ୍ୟେଷ୍ଠ ପୁତ୍ର ରଶ୍ମୀରଞ୍ଜନ ସ୍ବାଇଁଙ୍କ ସହ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ହିଁ ତାଙ୍କ ଶ୍ବଶୁର ଘରଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ତାହା ସହ ଖୁସିର ସଂସାର ଭିତରେ ମୋର ନିଜର ଶ୍ଵଶୁର ଅଚ୍ୟୁତାନନ୍ଦ ସ୍ୱାଇଁ ନିଜ ବୋହୂ ଜ୍ୟୋତି ରାଣୀଙ୍କୁ ଦୂର ବ୍ୟବହାର ସହ ଅମାନିସିକ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ଜାଣିବା ସ୍ଵତେ ସ୍ବାମୀ ଓ ଶାଶୂ ନୀରବ ରହିଥଲେ ବୋଲି ଅଭିଯୋଗ ହୋଇଛି। ଶ୍ଵଶୁରଙ୍କ ଏଭଳି କାର୍ଯ୍ୟରୁ ରକ୍ଷା ପାଇବା ନିମନ୍ତେ ଜ୍ୟୋତି ସ୍ବାମୀ ରଶ୍ମୀରଞ୍ଜନଙ୍କୁ ବାରମ୍ବାର କହିବା ପରେ ସ୍ଵାମୀ ସ୍ତ୍ରୀ ଜ୍ୟୋତିକୁ ନେଇ ବ୍ରହ୍ମପୁରସହରର ଏକ ଭଡ଼ା ଘରେ ରଖିଥିଲେ । ମୋର ଶ୍ଵଶୁରଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ମୋତେ ଅନ୍ୟଠି ନେଇ ରଖିବା ପାଇଁ ବାରମ୍ବାର କହିବା ପରେ ମୋର ସ୍ଵାମୀ ଏକ ଭଡା ଘର କରି ନେଇ ମୋତେ, ମୋ ପିଲାଙ୍କୁ ନେଇ ରଖିଥିଲେ । ଏଥି ମଧ୍ୟରେ ଶ୍ଵଶୁରଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା ପାଇ ନଥିଲି । ଜ୍ୟୋତି ରାଣି ସେଠାରୁ ଅନ୍ୟ ଜାଗାକୁ ନେଇ ଯିବା ପାଇଁ କହିଲେ । ସ୍ଵାମୀ ରଶ୍ମୀରଞ୍ଜନ, ସ୍ତ୍ରୀ ଜ୍ୟୋତି ରାଣି ଏବଂ ପୁଅ ଝିଅଙ୍କୁ ନେଇ ବ୍ରହ୍ମପୁରରେ ଏକ ଭଡା ଘର ନେଇ ରହିଥିଲେ । ବ୍ରହ୍ମପୁର ଭଡା ଘରେ କିଛି ମାସ ରହିବା ପରେ ସ୍ତ୍ରୀଙ୍କୁ ଏବଂ ପିଲାଙ୍କର ଭରଣପୋଷଣ ବାବଦକୁ ମାସକୁ ୨୦ ହଜାର ଟଙ୍କା ଦେବେ ବୋଲି ସ୍ତ୍ରୀ ଜ୍ୟୋତି ରାଣିଙ୍କୁ ଆଶ୍ୱାସନା ଦେଇ ନିଜ ଘର ଜଗତପୁରକୁ ଚାଲିଯାଇଥିଲେ । କିଛି ମାସ ପରେ ମୋତେ ୧୦ ହଜାର ଟଙ୍କା ଦେଇଥିଲେ ଏବଂ ଗୋଟେ ମାସ ରହି ପୁନର୍ବାର ଆସିବେ ବୋଲି କହି ଚାଲିଯାଇଥିଲେ । ତାପରେ ଟଙ୍କା ପଠାଇଲେ ନାହିଁ କିମ୍ବା ଆସିଲେ ନାହିଁ । ମୁଁ ବହୁବାର ଫୋନ୍ କଲେ ମଧ୍ୟ ଆସିଲେ ନାହିଁ । ଜ୍ୟୋତିଙ୍କର ଏବେ ଦୁଇଟି ପୁଅ ଝିଅ ରହିଥିବା ବେଳେ ସ୍ବାମୀ ଅନ୍ୟତ୍ର ସ୍ଥାନରେ ବିବାହ କରିଥିବା ଜାଣିବାକୁ ପାଇଲେ ପ୍ରଥମ ସ୍ତ୍ରୀ ଜ୍ୟୋତି ।ଏହି ଭଳି ଜ୍ୟୋତିରାଣି ସହରରେ ପୁଅ, ଝିଅଙ୍କୁ ଧରି ପର ଆସ୍ଥାରେ ଦୁଃଖ କଷ୍ଟ କରି ଜୀବନ ଅତିବାହିତ କରୁଛନ୍ତି ।ବିବାହ ସମୟରେ ନେଇଥିବା ଯୌତୁକ ନଗଦ ୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ ଆସବାପତ୍ର ପାଇବା ପାଇଁ ଜଗଦପୁର ଥାନା ମାର୍ଚ୍ଚ ୨୦୨୦ରେ ଲିଖିତ ଅଭିଯୋଗ କରିଥିଲେ । ଏଥି ମଧ୍ୟରୁ କିଛି ଆସବାପତ୍ର ପାଇଥିଲେ । ଏବଂ ନଗଦ ୧ ଲକ୍ଷ ଟଙ୍କା ଓ ସୁନାଅଳଙ୍କାର ପାଇ ନାହାଁନ୍ତି ବୋଲି ଜ୍ୟୋତିରାଣୀ ଅଭିଯୋଗ କରିଛନ୍ତି । ଏହା ଛଡା ମୋତେ ଛାଡପତ୍ର ନ ଦେଇ ସେ ଲୁଚି କରି ବିବାହ କରିଛନ୍ତି । ଏବଂ ଏହା ସତ୍ତ୍ଵେ ମୋର ଏବଂ ପିଲାଙ୍କର ଭରଣପୋଷଣ ପାଇଁ ସ୍ବାମୀ ଓ ଶ୍ବଶୁର ଅକ୍ଷମ ମାନୁଥିଲେ ବେଳେ ଅନ୍ୟ ଝିଅକୁ ବିବାହ କରି କିପରି ତାର ଭରଣପୋଷଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏପଟେ ମୋର ପିଲାଙ୍କର ଭରଣପୋଷଣ ନ ଦେଇ, ମୋତେ ଛାଡ଼ପତ୍ର ନ ଦେଇ ଅନ୍ୟ ଠାରେ ବିବାହ କରିବାର ଏହା ଆଇନ ବିରୋଧି କରିଥାଏ । ବହୁତ ମୋର ସ୍ଵାମୀ ରଶ୍ମୀରଞ୍ଜନ ସ୍ବାଇଁ, ଶ୍ୱଶୁର ଅଚ୍ୟୁତାନନ୍ଦ ସ୍ୱାଇଁ, ଶାଶୁ ନୟନୀ ସ୍ବାଇଁ ଓ ଦ୍ଵିତୀୟ ବିବାହ କରିଥିବା ସ୍ତ୍ରୀ କୁ ପୋଲିସ୍ ଗିରଫ କରୁ ଏବଂ ନେଇଥିବା ଯୌତୁକ ୧ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଫେରାଇବା ପାଇଁ କଟକ ଡି.ସି.ପି. ଏବଂ ଜଗତପୁର ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲିଖିତ ଭାବେ ଦେଇଛନ୍ତି ବୋଲି ଆମ ପ୍ରତିନିଧି ପାଖରେ ପ୍ରକାଶ କରିଛନ୍ତି ।
Attachments area
