ବାଲେଶ୍ୱର : ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ସହଯୋଗରେ ଆର୍ଥିକ ଅନଗ୍ରସର ବରକନ୍ୟାଙ୍କ ବାହାଘର
ବାଲେଶ୍ୱର : ଆର୍ଥିକ ଅନଗ୍ରସର ପରିବାରର ଯୁବକ ଯୁବତୀଙ୍କୁ ମଙ୍ଗଳବାର ଦିନ ସହଦେବଖୁଣ୍ଟାର ବ୍ୟାସକବି ନଗରସ୍ଥିତ ଶିବମନ୍ଦିର ପରିସରରେ କୋଭିଡ଼୍ କଟକଣା ମଧ୍ୟରେ ବିଭାଘର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କବିଟି, ବ୍ୟାସକବି ନଗର ବିକାଶ ପରିଷଦ ଓ ରୟାଲ୍ କ୍ଲବ୍ର ସହଯୋଗରେ ଏହି ବିବାହ ନିରାଡମ୍ବର ଭାବେ କରାଯାଇଥିଲା । ମୟୁରଭଞ୍ଜ ଜିଲ୍ଲାର ବଗଲପୁର ଗ୍ରାମର ମଙ୍ଗୁଳି ବିନ୍ଧାଣିଙ୍କ ପୁଅ ବିରଞ୍ଚି ଓ ପଟିସାରି ଗ୍ରାମର ଚକ୍ରଧର ମାଝିଙ୍କ ଝିଅ ଜେମାମଣିର ବର ଓ କନ୍ୟା ଭାବେ ବିବାହ ହୋଇଥିଲା ।
ଜଉ କଣ୍ଢେଇ ଉତ୍ସବ କମିଟିର ସଭାପତି ସୁବାସିନୀ ଜେନା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର, ସଂପାଦକ ଡା. କୁମାର ଗୋପାଳଙ୍କ ସମେତ ରାଜେଶ ଗିରି, ବ୍ରହ୍ମନାଥ ରଥ, ଗୌରାଙ୍ଗ ପାଣିଗ୍ରାହୀ, ସରସ୍ୱତୀ ପଣ୍ଡା, ଶିଳ୍ପୀ କେଶୁ ଦାସ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଭଗବାନ ମହନୀ ଓ ସ୍ଥାନୀୟ ଅଧିବାସୀ ତଥା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିବାହ ଉତ୍ସବରେ ଯୋଗ ଦେଇ ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ । କାର୍ଯ୍ୟକ୍ରମରେ ଇଂ. ଡମ୍ବରୁଧର ପ୍ରଧାନ, ଅଖିଳ କୁମାର ଦାସ, ଅକ୍ଷୟ ତ୍ରିପାଠୀ, ଜିତେନ୍ଦ୍ର ଉପାଧ୍ୟାୟ, ଆଇନଜୀବି ସେକ୍ ଇସ୍ଲାମ୍, ମୁକୁନ୍ଦ ମୁରାରୀ ଦାସ, ନରେନ୍ଦ୍ରନାଥ ସ୍ୱାଇଁ, ଅଞ୍ଜନା ସେନ୍, କନକ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ବାବୁ ସେନ୍, ମାମିନା ମିଶ୍ର, ନିର୍ମଳା ମହାନ୍ତି, ବନ୍ଦନା ପାତ୍ର, ଅନିଲ କମିଳା, ଇନ୍ତେଖାବ୍ ଅଲ୍ଲି ଖାନ୍, ସୁଧିର ଦାସ, ସୁବ୍ରତ ଦାଶ, ମୁନା ପଣ୍ଡା ଓ ସୁଶ୍ରୀ ଜ୍ୟୋତ୍ସ୍ନା ପାଣି ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ ।


