ଜେକେ ଟାୟାରର ୨ଟି ନୂତନ ଉତ୍ପାଦ ଓଡ଼ିଶା ବଜାର ପ୍ରବେଶ ।
ଭୁବନେଶ୍ୱର : ଭାରତର ପ୍ରମୁଖ ଟାୟାର କମ୍ପାନୀ ଜେକେ ଟାୟାର ଇଣ୍ଡଷ୍ଟ୍ରିଜ ପକ୍ଷରୁ ମଙ୍ଗଳବାର ଦିନ ହୋଟେଲ ଲେମନ୍ ଟ୍ରୀ ସଭାକକ୍ଷରେ ଏହାର ୨ଟି ନୂତନ ଉତ୍ପାଦ ଟାୟାର ଓଡ଼ିଶା ବଜାର ପାଇଁ ଉନ୍ମୋଚନ କରାଯାଇଛି । କମର୍ସିଆଲ ଯାନ ଟାୟାର “ଜେଟ୍ଷ୍ଟିଲ ଜେଡ୍ଡିଏଚ୍ ଏକ୍ସଲ୍” ଓ “ଜେଟ୍ୱେ ଜେୁୟୁସି ଏକ୍ସଏମ୍” ନାମକ ୨ଟି ଟାୟାରକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି । ଗ୍ରାହକ ମାନଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଏ ଦୁଇଟି ଉତ୍ପାଦ ସୃଷ୍ଟି କରାଯାଇଛି । ଜେକେ ଟାୟାର ଭାରତର ସଭାପତି ଅନୁଜ କାଠୁରିୟା କହିଛନ୍ତି, କମ୍ପାନୀର ଅଭିବୃଦ୍ଧି ଓ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଖଣିଜ ସମ୍ପଦପୂର୍ଣ୍ଣ ଓଡ଼ିଶା ହେଉଛି ଜେକେ ଟାୟାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ।
