ଝୁଲଣ ଗୋସ୍ୱାମୀଙ୍କ ବଡ଼ ରେକର୍ଡ! ବିଶ୍ୱକପରେ ସବୁଠୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲର
ନୂଆଦିଲ୍ଲୀ : ଭାରତୀୟ ମହିଳା ଟିମର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ଆଇସିସି ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସେ ଇତିହାସ ସୃଷ୍ଟି କରିଛନ୍ତି । ସେ କ୍ୟାରିଅରର ଶେଷ ବିଶ୍ୱକପ ଖେଳୁଛନ୍ତି । ୩୯ ବର୍ଷୀୟ ଝୁଲଣ ବିଶ୍ୱକପରେ ସବୁଠାରୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲର ହୋଇପାରିଛନ୍ତି । ଏହି ମାମଲାରେ ସେ ସଂଯୁକ୍ତ ଭାବେ ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳି ଲିନ୍ ଫୁଲଷ୍ଟୋନଙ୍କ ସହ ସମକକ୍ଷ ହୋଇଛନ୍ତି ।
ଉଭୟ ଏବେସୁଦ୍ଧା ବିଶ୍ୱକପରେ ୩୯ ଓ୍ୱିକେଟ୍ ହାସଲ କରିଛନ୍ତି । ଝୁଲଣ ୩୦ଟି ମୁକାବିଲାରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ଲିନ୍ ୨୦ଟି ମ୍ୟାଚରେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ସେ ଏହି ଉପଲବ୍ଧି ନ୍ୟୁଜିଲାଣ୍ଡ ମାଟିରେ ହାସଲ କରିଛନ୍ତି । ସେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବା ପାଇଁ ଓହ୍ଲାଇଥିଲେ । ନ୍ୟୁଜିଲାଣ୍ଡ ପାଳିର ଶେଷ ଓଭରରେ ଗୋଟିଏ ଓ୍ୱିକେଟ୍ ନେଇ ସେ ରେକର୍ଡ ସ୍ଥାପନ କରିଥିଲେ । ସେ ନିଜର ୩୯ତମ ଶିକାର କେଟି ମାର୍ଟିନଙ୍କୁ ବନାଇଥିଲେ ।
