ଝାରସୁଗୁଡ଼ା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଧେଶ ଦେଲେ ମନ୍ତ୍ରୀ ନବକିଶୋର ଦାସ
ଝାରସୁଗୁଡ଼ା : ଓଡ଼ିଶା ସରକାର ଏବଂ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ୨୦୨୩ ବିଶ୍ୱକପ୍ ପୁରୁଷ ହକିର ଆୟୋଜନ ଓଡ଼ିଶାରେ ହେବାକୁ ଯାଉଥିବାରୁ ଏହାକୁ ନେଇ ବି ଝାରସୁଗୁଡ଼ାର ଏହି ନୂତନ ଷ୍ଟାଡିୟମକୁ ବିଭିନ୍ନ ଦଳ ଅଭ୍ୟାସ ଷ୍ଟାଡିୟମ ଭାବେ ଉପଯୋଗ କରାଯାଇ ପାରେ ବୋଲି କ୍ରୀଡ଼ା ସଂଗଠକ ମାନେ ମତ ରଖିଛନ୍ତି । ଟର୍ଫିଂ ବ୍ୟବସ୍ଥା ସହ ହକି ପାଇଁ ପଡ଼ିଆକୁ ପ୍ରସ୍ତୁତ କରାଯିବା ନେଇ ଜିଲ୍ଳା କ୍ରୀଡା ସଂସ୍ଥାର ସଂପାଦକ ତାପସରାୟ ଚଉଧୁରୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି । ନିକଟରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସାଂସଦ ଦିଲୀପ ତିର୍କୀ ଟୋକିଓ ରୁ ଫେରି ଥିବା ଓଡିଶାର ହକି ଖେଳାଳି ଙ୍କୁ ନେଇ ଆସିଥିବା ବେଳେ ଝାରସୁଗୁଡା ବିମାନ ବନ୍ଦର ରେ ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଂଘର ଉପ-ସଭାପତି ଜୀବନ ମହାନ୍ତି, ପ୍ରଜ୍ଜଲ ପଟେଲ,ବିଜୟ ବେହେରା ପ୍ରଭୃତି କର୍ମକର୍ତା ସାକ୍ଷାତ କରି ଆଲୋଚନା କରିଛନ୍ତି । ଝାରସୁଗୁଡ଼ା ଠାରେ ବିମାନବନ୍ଦର କାର୍ଯ୍ୟକ୍ଷମ ଥିବାରୁ ଦେଶର ବୃହତସହର ଗୁଡ଼ିକ ସହ ସିଧାସଳଖ ଆକାଶମାର୍ଗରେ ସଂଯୋଗ ସ୍ଥାପନ ହୋଇ ପାରିଛି । ସେ ଦୃଷ୍ଟିରୁ ଆଗାମି ଦିନରେ ଝାରସୁଗୁଡ଼ାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳୀଙ୍କ ଆଗମନ ସହ ଏଠାରେ ବିଭିନ୍ନ ଖେଳକୁଦ ଆୟୋଜନ ନେଇ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଷ୍ଟାଡିୟମକୁ ଖେଳାଳୀଙ୍କ ଲାଗି ପ୍ରସ୍ତୁତ କରାଯିବା ସପକ୍ଷରେ ଦିଲୀପ ତିର୍କୀ ମତ ରଖିଛନ୍ତି । ପୂର୍ବରୁ ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ସଚିବ ଭିନିଲ କ୍ରିଷ୍ଣା ଏବଂ ବିଶାଳ ଦେବଙ୍କ ଭଳି ବରିଷ୍ଠ ପ୍ରଶାସକ ଙ୍କୁ ଜିଲ୍ଳାପାଳ ସରୋଜ କୁମାର ସାମଲ ଷ୍ଟାଡିୟମ ଗସ୍ତ କରାଇ ପରିଦର୍ଶନ କରାଇଛନ୍ତି । ଝାରସୁଗୁଡ଼ାକୁ ବିମାନ ଯୋଗେ ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳାଳୀମାନେ ଆସିବା ଦିଗରେ ଅସୁବିଧା ରହିବ ନାହିଁ । ଏଥିସହ ତାରକା ହୋଟେଲ ବ୍ୟବସ୍ଥା ଏବଂ ରାଜପଥ ଦ୍ୱାରା ସଂଯୁକ୍ତ ଥିବାରୁ ଯାତାୟାତରେ ଅସୁବିଧା ରହିବ ନାହିଁ । ଝାରସୁଗୁଡ଼ା ଠାରେ ନିର୍ମାଣାଧିନ ବୃହତ ଷ୍ଟାଡିୟମକୁ ନେଇ ଝାରସୁଗୁଡା ବିଧାୟକ ତଥା ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଙ୍କ ବିରାଟ ସ୍ୱପ୍ନ ରହିଛି । ଏହାକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏଠାରେ ଆର୍ନ୍ତଜାତୟ ଖେଳ କରିବା ପାଇଁ । ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଓ କ୍ରୀଡ଼ା ସଂଗଠକ, ଖେଳାଳୀ, କ୍ରୀଡ଼ାପ୍ରେମୀ ଏବଂ ଜିଲ୍ଳାପାଳ ଙ୍କ ଅନେକ ଆଶା ରହିଛିା ଏହି ଷ୍ଟାଡିୟମ ଏବେ କାର୍ଯ୍ୟ ଶେଷ ଅବସ୍ଥାରେ ରହିଛି । ସଂପୂର୍ଣ୍ଣ ହେଲେ ଆଗକୁ ଜାତୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଦିଗରେ ଝାରସୁଗୁଡ଼ା ସକ୍ଷମ ହେବ ।
ନିର୍ମାଣାଧିନ ଷ୍ଟାଡିୟମ ପାଇଁ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅନୁଦାନ ବିନିଯୋଗ ହୋଇ ସାରିଛି । ଏବେ ସ୍ୱିମିଂ ପୁଲ୍ ,ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ଇଡ୍କୋକୁ ଏହାର ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରାୟ ୭ କୋଟି ଟଙ୍କା ଏ ଦିଗରେ ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଷ୍ଟାଡିୟମରେ ଦଶଟି ଗ୍ୟାଲେରୀ ନିର୍ମାଣ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀର କ୍ଷମତା ୨ ହଜାର ଥିବାରୁ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଦେଖି ପାରିବେ । ଏତଦବ୍ୟତୀତ ଏହି ଷ୍ଟାଡିୟମରେ ଭଲିବଲ ପାଇଁ ୨ଟି ଏବଂ ଟେନିସ ପାଇଁ ୨ ଟି କୋର୍ଟ ପ୍ରସ୍ତୁତ କରାଯାଇଛି । ଡ୍ରେନ, ଆଭ୍ୟନ୍ତରୀଣ ଏବଂ ବାହାର ରାସ୍ତା ନିର୍ମାଣ ସରିଛି ବୋଲ ିପୃର୍ତବିଭାଗ ଯନ୍ତ୍ରୀ ପ୍ରଦୀପ କୁମାର ନାଥ ପ୍ରକାଶ କରିଛନ୍ତି ।
ନିର୍ମାଣାଧିନ ଏହି ଷ୍ଟାଡିୟମ ସଂପୂର୍ଣ୍ଣ ହେଲେ ଫୁଟବଲ, କ୍ର୍ରିକେଟ ଏବଂ ହକି ପାଇଁ ଅନୁକୂଳ ହେବ । ଖେଳ ପଡ଼ିଆର ପରିଚାଳନା ଦାୟିତ୍ୱ ଓଡ଼ିଶା କ୍ରିକେଟ ଆସୋସିଏସନ ଏବଂ ଓଡ଼ିଶା ହକି ଆସୋସିଏସନକୁ ପ୍ରଦାନ କରିବାକୁ କେତେକ କ୍ରୀଡ଼ା ସଂଗଠକ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ କ୍ରୀଡ଼ା ମନ୍ତ୍ରାଳୟ ଆଗରେ ପ୍ରସ୍ତାବ ରଖିଛନ୍ତି । ଷ୍ଟାଡିୟମ ଭିତରେ ଯଥେଷ୍ଟ ସ୍ଥାନ ଥିବାରୁ ଫୁଟବଲ, କ୍ରିକେଟ ଏବଂ ହକି ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇ ପାରିବ ବୋଲି କ୍ରୀଡ଼ା ସଂଗଠକ ଜୀବନ ମହାନ୍ତି ମତ ରଖିଛନ୍ତି । ହେଲେ ରାଜ୍ୟ ସରକାର ଆଗକୁ ଏହି ଷ୍ଟାଡିୟମକୁ ନେଇ କି ଯୋଜନା କରୁଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନ ଥିବା ବେଳେ ଏହାକୁ ସଂପୂର୍ଣ୍ଣ କରାଯାଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ କରକମଳରେ ଉଦ୍ଘାଟନ କରାଯିବା ନେଇ ଯୋଜନା ରହିଛି । ଇଡ୍କୋ ପକ୍ଷରୁ ନିର୍ମାଣ କାର୍ଯ୍ୟ ମନ୍ଥର ଥିବାରୁ ନାନା ପ୍ରଶ୍ନ ର ସମ୍ମୁଖିନ ହେବାକୁ ପଡୁଛି ।


