ଝାରସୁଗୁଡା ଜିଲା ସିନିୟର ଆନ୍ତଃ କ୍ଳବ କ୍ରିକେଟ୍ ୬ଷ୍ଠ ଦିନ : ବନ୍ଧବାହାଲ ଓ ବ୍ଳାକ ଡାଇମଣ୍ଡ ବିଜୟୀ
ଝାରସୁଗୁଡ଼ା : ଓଡିଶା କ୍ରିକେଟ ସଂଘର ଭିଜନ-୨୪ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନ ତରଫରୁ ସିନିୟର ବାଳକ ମାନଙ୍କର ଆନ୍ତଃ କ୍ଳବ କ୍ରିକେଟ ମ୍ୟାଚ ଝାରୁସୁଗୁଡା ବ୍ଳାକ ଡାଇମଣ୍ଡ କ୍ରିକେଟ କ୍ଳବ ଓ ଶିକ୍ଷା କ୍ରିକେଟ ଏକାଡେମୀ ମଧ୍ୟରେ ବିଟି ଏମ ପଡିଆରେ ଅନୁଷ୍ଠିତ ହୋଇଥିଲା । ବ୍ଳାକ ଡାଇମଣ୍ଡ କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୪୧ ଓଭର ରେ ସମସ୍ତ ଉଇକେଟ ହରାଇ ୨୧୮ରନ କରି ଥିଲା ।ଶିକ୍ଷା କ୍ରିକେଟ ଏକାଡେମୀ ୨୫.୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୮୯ ରନ କରିଥିଲା । ବ୍ଳାକ ଡାଇମଣ୍ଡ କ୍ରିକେଟ କ୍ଳବ ୧୨୯ ରେ ବିଜୟୀ ହୋଇଛି । ବ୍ଳାକ ଡାଇମଣ୍ଡ କ୍ରିକେଟ କ୍ଳବର ମାନସରଞ୍ଜନ ମଶ୍ର ଅତିଥିଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ ।
ବ୍ରଜରାଜନଗର ଓରିଏଟ କୋଲିଆରି ପଡ଼ିଆ ଠାରେ ବନ୍ଧବାହାଲ କ୍ରିକେଟ କ୍ଳବ ଓ ଫ୍ରଂଟ୍ଫୁଟ୍ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ବନ୍ଧବାହାଲ କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୨୮.୫ ଓଭରରେ ୯ ଉଇକେଟ ହରାଇ ୨୨୮ ରନ କରି ଥିବା ବେଳେ । ଫ୍ରନଟ୍ଫୁଟ କ୍ଳବ ୩୫.୧ ଓଭରରେ ୧୦ଉଇକେଟ ହରାଇ ୧୨୦ ରନ କରିବାକୁ ସକ୍ଷମ ହୋଇ ଥିଲା । ବନ୍ଧବାହାଲ କ୍ରିକେଟ କ୍ଳବ ୧୦୮ ରେ ବିଜୟୀ ହୋଇଛି । ବନ୍ଧବାହାଲ କ୍ରିକେଟ କ୍ଳବର ଭଗବନ୍ତ ଚନ୍ଦନ ମ୍ୟାନ ଅଫ ଦି ମ୍ୟାଚ ହୋଇ ଅତିଥି ଙ୍କ ଠାରୁ ଟ୍ରଫି ଗହ୍ରଣ କରି ଥିଲେ ।
ଝାରସୁଗୁଡ଼ା ବିଟିଏମ ପଡିଆ ଠାରେ ୬ଷ୍ଠ ଦିନରେ ଝାରସୁଗୁଡା ଅତିରିକ୍ତ-ଜିଲ୍ଳାପାଳ ପ୍ରଦୀପକୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇଥିଲେ । ମୁଖ୍ୟ ଅତିଥି ଙ୍କୁ ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ତରଫରୁ ପ୍ରଜ୍ଲଲ ପଟେଲ ପୁଷ୍ପଗଛ ପ୍ରଦାନ କରି ସମ୍ମାନୀତ କରି ଥିଲେ । ଏହି ଖେଳ ଗୁଡିକରେ ରେ ଅମ୍ପାୟର ଭାବରେ ବିଭୂତି ପାତ୍ର, ଦିଲୁ ଦାସଭାୟା, ଅନିରୁଦ୍ଦ କେଓ୍ୟାଟ, ପି ଅଶୋକ ରହି ଥିବା ଅନ ଲାଇନ ସ୍କୋର ର କୁମାରୀ ନିଷ୍ଠା ଦର୍ତ, ନାସିର ମଲ୍ଳିକ ଓ ରିତେଶ ସିନ୍ନା ସ୍କୋରର ଭାବରେ ରହି ଥିଲେ ।
