ଝାରସୁଗୁଡା ଜିଲା ସିନିୟର ଆନ୍ତଃ କ୍ଳବ କ୍ରିକେଟ୍ ୪ର୍ଥ ଦିନ : ପୋଗ୍ରେଶିଭ ଆସୋସିଏସନର ସନ୍ତୋଷ ଯାଦବ ଓ ଏମଡି କୁରେସିଙ୍କ ଶତକ
ଝାରସୁଗୁଡ଼ା : ଓଡ଼ିଶା କ୍ରିକେଟ ସଂଘର ଭିଜନ-୨୪ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲା କ୍ରିକେଟ ଆସୋସିଏନ ତରଫରୁ ସିନିୟର ବାଳକ ମାନଙ୍କର ଆନ୍ତଃ କ୍ଳବ କ୍ରିକେଟ ମ୍ୟାଚ ଝାରୁସୁଗୁଡା ପୋଗ୍ରେଶିଭ କ୍ରିକେଟ କ୍ଳବ ଓ ବନ୍ଧବାହାଲ କ୍ରିକେଟ କ୍ଳବ ମଧ୍ୟରେ ବିଟି ଏମ ପଡିଆରେ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା । ଝାରୁସୁଗୁଡା ପୋଗ୍ରେଶିଭ କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୪୫ ଓଭରରେ ୨ଉଇକେଟ ହରାଇ ୩୪୬ ରନ କରିଥିଲା । ପୋଗ୍ରେଶିଭ ଆସୋସିଏସନର ସନ୍ତୋଷ ଯାଦବ ୧୩୩ ବଲର ସମ୍ମୁଖିନ ହୋଇ ୧୭୪ ରନ କରି ୨୨ଟି ଚଉକା ଓ ୪ ଛକା ମାରି ନଟ୍ ଆଉଟ ରହି ଥିଲେ । ସନ୍ତୋଷ ଯାଦବଙ୍କ ବ୍ୟକ୍ତିଗତ ଏହି ପ୍ରତିଯୋଗିତାର ୨ୟ ଶତକ ସେହିପରି ପୋଗ୍ରେଶିଭ କ୍ରିକେଟ କ୍ଳବର ଏମ.ଡି କୁରେସି ୧୦୨ ରନ କରି ୬୯ ବଲରେ ୯ଟି ଚଉକା ୫ଟିଛକା ମାରି ରନ ଆଉଟ୍ ହୋଇ ଥିଲେ । ବନ୍ଧବାହାଲ କ୍ରିକେଟ କ୍ଳବ ୨୪.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୪୬ ରନ କରିଥିଲା । ଝାରୁସୁଗୁଡା ପୋଗ୍ରେଶିଭ କ୍ରିକେଟ କ୍ଳବ ୨୦୦ ରେ ବିଜୟୀ ହୋଇଥିଲା । ଝାରୁସୁଗୁଡା ପୋଗ୍ରେଶିଭ ଆସୋସିଏସନର ସନ୍ତୋଷ ଯାଦବ ଦୁଇଟି ଉଇକେଟ ନେଇ ୧୭୪ ରନ କରି ଅତିଥି ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ ।
ବ୍ରଜରାଜନଗର ଓରିଏଟ କୋଲିଆରି ପଡିଆ ଠାରେ ଝାରସୁଗୁଡା ଶିକ୍ଷା୍ କ୍ରିକେଟ ଆସୋସିଏସନ ଓ ଆମ୍ବିସନ କ୍ଳବ ବ୍ରଜରାଜନଗର ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଝାରସୁଗୁଡା ଶିକ୍ଷା୍ କ୍ରିକେଟ ଆସୋସିଏସନ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୨୯.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୪୩ ରନ କରି ଥିବା ବେଳେ । ଆମ୍ବିସନ କ୍ଳବ ବ୍ରଜରାଜନଗର ୧୫ .୩ ଓଭର ରେ୧ ଉଇକେଟ ହରାଇ ୧୪୫ ରନ କରି ୯ ଉଇକେଟ ରେ ବିଜୟୀ ହୋଇଛି । ଆମ୍ବିସନ କ୍ଳବର ରୋସନ ପ୍ରସାଦ ୮୩ ରନ କରିବା ସହିତ ୨ ଉଇକେଟ ନେଇ ଅତିଥି ଙ୍କ ଠାରୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଗହ୍ରଣ କରି ଥିଲେ । ଝାରସୁଗୁଡ଼ା ବି.ଟି.ଏମ ପଡିଆ ଠାରେ ୪ର୍ଥ ଦିନରେ ଝାରସୁଗୁଡା ଉପ-ଜିଲ୍ଳାପାଳ ଶିବ କୁମାର ଟପୋ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇଥିଲେ । ମୁଖ୍ୟ ଅତିଥିଙ୍କୁ ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନ ତରଫରୁ ପ୍ରଜ୍ଲଲ ପଟେଲ ପୁଷ୍ପଗଛ ପ୍ରଦାନ କରି ସମ୍ମାନୀତ କରି ଥିଲେ । ଏହି ଖେଳ ଗୁଡିକରେ ରେ ଅମ୍ପାୟର ଭାବରେ ମିଥଲେସ ପ୍ରସାଦ, ଦିଲୁ ଦାସଭାୟା, ଅନିରୁଦ୍ଦ କେୱାଟ, ପି ଅଶୋକ ରହି ଥିବା ଅନ ଲାଇନ ସ୍କୋରର କୁମାରୀ ନିଷ୍ଠା ଦର୍ତ, ନାସିର ମଲ୍ଳିକ ଓ ରିତେଶ ସିନ୍ନା ସ୍କୋରର ଭାବରେ ରହି ଥିଲେ ।
