ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ରେ ଝାରସୁଗୁଡା (ବାଳକ) ବ୍ରଜରାଜନଗର (ବାଳିକା) ଫାଇନାଲରେ
ଝାରସୁଗୁଡା : ୧୭ବର୍ଷ)ମହିଳା ବିଶ୍ୱକପୁଟବଲ ଖେଳକୁ ଅଧିକ ଜନ୍ରିୟ କରିବା ନିମନ୍ତେ ଝାରସୁଗୁଡା ଜିଲ୍ଳା ର ସ୍କୁଲ ସ୍ତର ରେ ଆରମ୍ଭ ହୋଇ ଥିବା ଫୁଟବଲ ମ୍ୟାଚ ର ଆଜି ୫ମ ଦିବସର ପ୍ରଥମ ସେମିାଇନାଲ ମ୍ୟାଚ ଅପରାହ୍ନ ୨ ଟା ରେ ଓ.ଏସ.ଏି ଷ୍ଟାଡିୟମ ରେ ବ୍ରଜରାଜନଗର ଜୋନ ଓ କୋଲାବିରା ଜୋନ (ବାଳିକା) ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ୪-୧ ଗୋଲରେ ବ୍ରଜରାଜନଗର ଜୋନ (ବାଳିକା) ବିଜୟୀ ହୋଇ ପ୍ର ମ ବାଳିକା ଦଳ ଭାବରେ ।ଇନାଲରେ ପ୍ରବେଶ କଲେ । ବ୍ରଜରାଜନଗର ଦଳର ପ୍ରିୟା କିଶାନ(ର୍୭ନମ୍ବର) ୩ଟି ଗୋଲ ଦେଇ ହାଟ୍ରିକ ହାସଲ କରି ଥିବା ବେଳେ ଦଳର ପ୍ରିୟଙ୍କା କିଶାନ (୬ନମ୍ବର) ଗୋଟିଏ ଗୋଲ ଦେଇ ଥିଲେ । କୋଲାବିରା ମାତ୍ର ଗୋଟିଏ ଗୋଲ ପରିଶୋଧ କରି ପାରି ଥିଲା । ଦ୍ୱିତୀୟ ମ୍ୟାଚ ଝାରସୁଗୁଡା ଓ ବେଲପାହାଡ ଜୋନ (ବାଳକ)ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଝାରସୁଗୁଡା ଜୋନ ୨-୧ ଗୋଲରେ ବିଜୟୀ ହୋଇ ଥିଲ । ଆଜି ର ୫ ଦିବସରେ ସମ୍ମାନୀୟ ଅତିଥି ଭାବରେ ୨ୟ ଓ.ଏସ.ଏ.ପି ର ଉପ-ଦୁର୍ଗପତି ଲଛମନ ସିଂ ସହ -ଦୁର୍ଗପତି ଦିଲିର୍ପ ସାହୁ , ମାନଧାତା ସାଇ ,ପୁରାତନୁଟବଲ ଖେଳାଳି ମଙ୍ଗଳ ଓରାମ, ସୁଲେଚନା ସିଂ, ମଚାଂଧିନ ରହି ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ଜିଲ୍ଳାର ଶାରୀରିକ ଶିକ୍ଷକ ବିମଳ କୁମାର ତାଣ୍ଡି, ଅବନୀ ତ୍ରିାଠୀ, ସୁଶାନ୍ତ ବେହେରା, ଯଶୋବନ୍ତ ଭୋଇ , ବଂଶୀଧର ସାୟତ ଓ ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ଏହି ଖେଳ ଗୁଡିକୁ ସୁଶାନ୍ତ ଟେଲ, ନିର୍ମଳ ସାହୁ ,ଅନନ୍ତ କାଲୋ, ପବିତ୍ର ପ୍ରଧାନ,ତାରଜନ ବିଶ୍ୱାଳ , ଅମିୟ ଷଣ୍ଡ ପ୍ରଭୃତି ପରିଚାଳନା କରି ଥିଲେ । ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁ ଧର ପୁଜରୀ ମ୍ୟାଚ କମିଶନର ରହି ଥିଲେ ।
