ପୁରୀ ସମୁଦ୍ରରେ ଅଘଟଣ, ଭାସିଯାଇ ପ୍ରାଣ ହରାଇଲେ ଝାଡଖଣ୍ଡ ସିଏମଓ କର୍ମଚାରୀ
ପୁରୀ : ପୁରୀ ସମୁଦ୍ରରେ ଅଘଟଣ । ଗାଧେଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଲେ ଜଣେ ଯୁବକ। ମୃତ ଯୁବକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ବିଶାଲ ଓରାମ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ କାର୍ଯ୍ୟରତ ଥିଲେ ।
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୨୧ଜଣଙ୍କ ସହ ସେ ପୁରୀ ବୁଲିବାକୁ ଆସିଥିଲେ । ବୁଧବାର ଅପରାହ୍ନରେ ବେଳାଭୂମିରେ ଗାଧୋଇବା ସମୟରେ ସେ ଭାସି ଯାଇଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ କରାଯାଇଥିଲା । ହେଲେ ଉଦ୍ଧାର ହେବା ବେଳକୁ ସେ ମୃତ ଥିବା ଜଣାପଡିଥିଲା ।
