ଗୋଛାପଡାରେ କୁମ୍ବିଙ୍ଗ ବେଳେ ଜବାନ – ମାଓବାଦୀ ଗୁଳି ବିନିମୟ, କୁମ୍ବିଙ୍ଗ ଅପରେସନ ଜାରି
କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରେ ମାଓ କୁମ୍ବିଙ୍ଗ ବେଳେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।ସୂଚନା ଅନୁଯାୟୀ, ସେହି ଅଂଚଳର ମାଓବାଦୀ ମାନଙ୍କ ଗତିବିଧି ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ, ଏସ ଓ ଜି ଏବଂ ଡିଭିଏଫ ଜବାନଙ୍କ ମିଳିତ ଅଭିଯାନରେ କୁମ୍ବିଙ୍ଗ ଅପରେସନ ଜାରି କରାଯାଇଥିଲା । ଏହି ଅବସରରେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା । ଜବାନ ମାନଙ୍କ ପକ୍ଷରୁ ଅତର୍କିତ ଭାବରେ ଗୁଳି ଚାଳନା କରାଯାଇଥିଲା । ଜବାନ ମାନେ ନିୟନ୍ତ୍ରିତ ଭାବରେ ଗୁଳି ଚାଳନା କରିଥିଲେ । ସେଠାରେ ବେଶ୍ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ସମୟ ପରେ ମାଓବାଦୀ ମାନେ ଘଂଚ ଜଙ୍ଗଲ ଭିତରେ ଖସି ପଳେଇ ଯାଇଥିଲେ । ସେଠାରେ ବର୍ତମାନ ସୁଦ୍ଧା କୁମ୍ବିଙ୍ଗ ଅପରେସନ ଜାରି ରହିଛି ।
