ୱିକେଣ୍ଡରେ ରେକର୍ଡ କଲା ‘ଜୱାନ’, ୪ଦିନରେ ୨୫୨ କୋଟି କଲେକ୍ସନ
ମୁମ୍ବାଇ: ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ । କୁହାଯାଉଛି ବଲିଉଡର ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ଜୱାନ । ରେକର୍ଡ ବ୍ରେକର ସାବ୍ୟସ୍ତ ହେବ। ୱିକେଣ୍ଡ କଲେକ୍ସନରେ ରେକର୍ଡ କରିଛି ଫିଲ୍ମ । ୪ଦିନରେ କଲେକ୍ସନ କରିଛି ୨୫୨ କୋଟି ।
ଗତ ୭ ସେପ୍ଟେମ୍ବରରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଶନିବାର ଫିଲ୍ମ ୬୭ କୋଟି କଲେକ୍ସନ କରିଛି । ଯାହା ଦିନିକିଆ କଲେକ୍ସନରେ ରେକର୍ଡ । ତେବେ ରବିବାର ମଧ୍ୟ ଥମିନି ଫିଲ୍ମର କ୍ରେଜ। ଭାରତ ପାକିସ୍ତାନ ମ୍ୟାଚ ଥାଇ ମଧ୍ୟ ଦମଦାର କଲେକ୍ସନ କରିଛି ଫିଲ୍ମ । ୪ଦିନରେ ଫିଲ୍ମ କଲେକ୍ସନ କରିଛି ୨୫୨ କୋଟି । ସୋମବାର ସୁଦ୍ଧା ୩୦୦କୋଟି ପାର କରିବ ବୋଲି ଫିଲ୍ମ ସମୀକ୍ଷକ ଆକଳନ କରୁଛନ୍ତି ।
ସୂଚନା ଯେ, ଦମଦାର ଆକ୍ସନରେ ଭରପୁର ରହିଛି ଫିଲ୍ମ । ଏଟଲିଙ୍କ ନିର୍ଦ୍ଦେଶନାରେ ଜୱାନରେ ନୟନତାରା, ବିଜୟ ସେତୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଦୀପିକା ପାଦୁକୋନ୍, ସାନ୍ୟା ମଲହୋତ୍ରା ଓ ସୁନୀଲ ଗ୍ରୋଭର ବି ଗୁରୁତ୍ବ ପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।
