ଦଶପଲ୍ଲାରେ ଦଣ୍ଡୁଆ ନିଖୋଜ
ଦଶପଲ୍ଲା : ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୨ନଂ ୱାର୍ଡ କୃଷ୍ଣଚନ୍ଦ୍ରପୁର ପାଟଣାର ଜଣେ ଦଣ୍ଡୁଆ ଗତରାତିରୁ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦଣ୍ଡୁଆ ଜଣଙ୍କ ଅଶୋକ ନାହକ ଙ୍କ ପୁତ୍ର ବିଜୟ ନାହକ (୨୭) ବର୍ଷ ବୋଲି ଜଣାପଡିଛି l ବିଜୟ ଗାଁ ଦଣ୍ଡରେ ସାମିଲ ହୋଇ ଦଣ୍ଡୁଆ ଭାବେ ବୁଧବାର ରାତିରେ ଘୁଘୁଡିପଡା ଗ୍ରାମକୁ ଠାକୁର ଓ ଦଣ୍ଡୁଆ ମାନଙ୍କ ସହିତ ଯାଇଥିଲେ l ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରଭା ନୃତ୍ୟ ପ୍ରଦର୍ଶନ କରିଥିଲେ l ହଠାତ୍ ନିତ୍ୟକର୍ମ ସାରିବାକୁ ଯାଉଛି କହି କେଉଁଆଡ଼େ ଚାଲି ଯାଇଥିଲେ l ବହୁ ଖୋଜାଖୋଜି ପରେ ମଧ୍ଯ ଗୁରୁବାର ସଂଧ୍ୟା ସୁଦ୍ଧା ନିଖୋଜ ବିଜୟ ଙ୍କର ଖୋଜଖବର ମିଳି ପାରିନାହିଁ l ସ୍ଥାନୀୟ ଅଞ୍ଚଳ ସମେତ ଦଶପଲ୍ଲାରେ ସର୍ବତ୍ର ଘଟଣା ଘୋର ଆଲୋଡନ ସୃଷ୍ଟି କରିଛି l ଖବର୍ ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ଅନ୍ୟ ପକ୍ଷରେ ପୁଅ କୁ ନ ପାଇ ପରିବାର ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ବେଳେ ଦଣ୍ଡୁଆ ମାନେ ମଧ୍ଯ ଚିନ୍ତା ମଗ୍ନ ଥିବା ଜଣାପଡ଼ିଛି I
