ବିଜେପିକୁ ଜଳେଶ୍ୱର ଆଇଆଇସିଙ୍କ କଟାକ୍ଷ : ଏସ୍ଡିପିଓଙ୍କୁ ଦାବିପତ୍ର ପ୍ରଦାନ
ଜଳେଶ୍ୱର : ଗତ ୧୨ ତାରିଖ ସଂଧ୍ୟାରେ ଜଳେଶ୍ୱର ଥାନା ପରିସରରେ ଜଳେଶ୍ୱର ଆଇଆଇସି ବିଜେପି ନଗର ସଭାପତିଙ୍କୁ ଅପମାନ ସୂଚକ ମନ୍ତବ୍ୟ ରଖିଥିବାରୁ ଆଜି ବିଜେପି ପକ୍ଷରୁ ଏହାକୁ ପ୍ରତିବାଦ ସ୍ୱରୁପ ଜଳେଶ୍ୱର ଏସ୍ଡିପିଓ ଦିଲ୍ଲିପ ସାହୁଙ୍କୁ ଦାବିପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜଳେଶ୍ୱର ଥାନା ଅଂଚଳରେ ଚୋରୀ, ଛିନ୍ତାଇ ବୃଦ୍ଧି ପାଉଥିବା ବେଳେ ବ୍ୟାପକ ମାଦକ ଦ୍ରବ୍ୟ କାରବାର, ବିଭିନ୍ନ ସ୍ଥାନରେ ଚାନ୍ଦା ଆଦାୟ ଭଳି କେତେକ ଅପରାଧମୂଳକ କାର୍ଯ୍ୟ ସଂପର୍କରେ ବିଜେପି ପକ୍ଷରୁ ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ ବେଳେ ସେ ଧମକ ଓ ଅପମାନ ସୂଚନ ବକ୍ତବ୍ୟ ରଖିଥିବା ଫାଲଗୁନୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଏପରି ଘଟଣାକୁ ବିଜେପି ଦୃଢ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛି । ଏହି ଦାବିପତ୍ର ଦେବାବେଳେ ବିଜେପିର ଅରୁଣ ବେଜ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ରାଷ୍ଟ୍ରିୟ ପରିଷଦ ସଦସ୍ୟ ସମୀର ପାତ୍ର, ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, କାଉନ୍ସିଲର ଶିବନାରାୟଣ ମହାପାତ୍ର, ମହିଳା ନେତ୍ରୀ ଦେବଯାନୀ ଅଣ୍ଡିଆ, ସୁମତି ରଣା, ସଂଗ୍ରାମ ଜେନା, ସତ୍ୟବ୍ରତ ପଣ୍ଡା, ରଂଜନ ପାତ୍ର, ନନ୍ଦନ ଦତ୍ତ, ଏସ୍କେ ସୁଲତାନ, ଅମୂଲ୍ୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
