ଚୌଦ୍ୱାର ଜେଲରେ ଜେଲ୍ ଡିଜି
ଭୁବନେଶ୍ୱର : ଚୌଦ୍ୱାର ଜେଲରେ ବୁଧବାର ପହଂଚିଛନ୍ତି ଜେଲ୍ ଡିଜି ମନୋଜ ଛାବ୍ରା ଚୌଦ୍ୱାର ଜେଲ୍ ରେ ଥିବା ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଜେଲ୍ ଡିଜି । ଏହାସହ ସେ ଜେଲର ଓ ଜେଲ୍ ଅଧିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଗୋପାଳ ରହୁଥିବା ୩ ନମ୍ବର ସେଲରେ ଯାଂଚ କରିଛନ୍ତି । ଗତକାଲି ଗୋପାଳକୁ ଝାରସୁଗୁଡ଼ାରୁ ଚୌଦ୍ୱାର ସର୍କଲ ଜେଲକୁ ଅଣାଯାଇଥିଲା । ଝାରସୁଗୁଡ଼ା ଜେଏମଏଫସି କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ୱାରକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହାଜତକୁ ପଠାଇ ଦିଆଯାଇଥିଲା । ହାଇ ସିକ୍ୟୁରିଟି ସେଲରେ ରହିଛି ଗୋପାଳ । ୩ ଜଣ ସୁରକ୍ଷାକର୍ମୀ ତାକୁ ଜଗି ରହିଛନ୍ତି । ୨୪ ଘଂଟିଆ ସିସିଟିଭି ସହାୟତାରେ ଅଭିଯୁକ୍ତ ଉପରେ ନଜର ରଖାଯାଇଛି । ଆଗକୁ ଜେଲ୍ ମାନୁଆଲ ଅନୁସାରେ ତା’ର ମାନସିକ ସ୍ଥିତି ଉପରେ ନଜର ରଖାଯିବ । ଯଦି ତାକୁ କେହି ଦେଖା କରିବାକୁ ଚାହିଁବେ ନିୟମ ଅନୁଯାୟୀ ଦେଖା କରିପାରିବେ ।
