ରେଳ ଲାଇନ୍ ପାର ବେଳେ ଟ୍ରେନ୍ ଧକ୍କାରେ ଦନ୍ତା ମୃତ
ଅନୁଗୁଳ : ଦୁର୍ଘଟଣାରେ ଯାଇଛି ଆଉ ଏକ ଦନ୍ତା ହାତୀର ଜୀବନ । ବିଳମ୍ବିତ ରାତିରେ ଏକ ଟ୍ରେନ ଧକ୍କା ଦେବାରୁ ଦନ୍ତାର ମୃତ୍ୟୁ ହୋଇଥିଲା । ଅନୁଗୁଳ ଜରପଡା ଦୁର୍ଗାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।
ଗୋଠଖଣ୍ଡିଆ ଦନ୍ତା ଜରପଡା ଷ୍ଟେସନ ଠାରୁ ୨କିଲୋମିଟର ଦୂରରେ ଜେରେଙ୍ଗ ଗାଁରେ ଉତ୍ପାତ କରୁଥିବା ହାତୀପଲକୁ ବନ ବିଭାଗ ଘଉଡାଇବା ବେଳେ ଏହି ଅଘଟଣ ଘଟିଛି । ସମ୍ବଲପୁର-ହାୱଡା ମହିମା ଗୋସାଇଁ ଏକ୍ସପ୍ରେସ ଧକ୍କାରେ ଦନ୍ତା ପ୍ରାଣ ହରାଇଛି । ଖବରପାଇ ଜରପଡା ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
