ପରିବେଶ ନୁହଁ ପରିବାର ପାଇଁ ବି ବିପଦ ଧୂମପାନ, Non-smokersଙ୍କୁ ହୋଇଥାଏ ଏହି ରୋଗ
ଧୂମପାନ ଶରୀର ପାଇଁ କ୍ଷତିକାରଣ ଏହି କଥା ଆମେ ପିଲାବେଳୁ ଶୁଣୁଛେ। ଧୂମପାନ କଲେ ବ୍ୟକ୍ତିଙ୍କୁ ଗଳା କର୍କଟ, ଫୁସଫୁସ ସଂକ୍ରମଣ ଭଳି ଅନେକ ରୋଗ ହୋଇଥାଏ। ତେବେ ଆପଣ ଜାଣନ୍ତି କି, ଆପଣ ଧୂମପାନ କରୁନଥିଲେ ମଧ୍ୟ କର୍କଟ ରୋଗ ହୋଇଥାଏ। ହଁ, ଆଜ୍ଞା ଅନ୍ୟ ଜଣେ ଧୂମପାନ କଲେ ଆପଣଙ୍କୁ କ୍ୟାନସର ହୋଇଥାଏ। ୟୁନିଭରସିଟି ଅଫ କାଲିଫର୍ନିଆ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହା ଜଣା ପଡିଛି। ଗବେଷଣାର ରିପୋର୍ଟକୁ ଜର୍ଣ୍ଣାଲ ଇବାୟୋମେଡ଼ିସିନରେ ପ୍ରକାଶନ କରାଯାଇଛି।
ୟୁନିଭରସିଟି ଅଫ କାଲିଫର୍ନିଆର ଗବେଷଣାରୁ ଜଣାପଡିଛି ଯେ, ଧୂମପାନ ସମସ୍ତଙ୍କ ପାଇଁ ବିପଦ। ଜଣେ ଧୂମପାନ କଲେ ତାହାର ପ୍ରଭାବ ଅନ୍ୟ ଜଣଙ୍କ ଉପରେ ମଧ୍ୟ ପଡେ। ଏହା ଧୂମପାନ କରୁଥିବା ଓ କରୁନଥିବା, ଉଭୟଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏପରିକି ଚର୍ମ କର୍କଟ ଭଳି ରୋଗ ମଧ୍ୟ ହୋଇପାରେ। ସିଗାରେଟ, ବିଡି ଭଳି ସାମଗ୍ରୀ ସେବନ ପରେ ସେଥିରୁ ଡଷ୍ଟ ପାର୍ଟିକଲ ବା ଧୂଳି କଣିକା ବାହାରିଥାଏ, ଯାହାକୁ Thirdhand Smoke ବା ଟିଏଚଏସ ବୋଲି କୁହାଯାଇଥାଏ। ଧୂମପାନ ପରେ ଏହି କଣିକା ବାୟୂ ମଣ୍ତଳରେ ଘୁରି ବୁଲେ ଓ ଆମ ଶରୀର ସଂସ୍ପର୍ଷରେ ଆସେ। ଫଳରେ ଆମେ dermatitis ଓ psoriasis ଭଳି ଚର୍ମ ରୋଗରେ ପଡୁ।
ଗବେଷକ ଡାକ୍ତର ସେନ ସକମକି-ଚିଂ କହିଛନ୍ତି, “ଗବେଷଣା ବେଳେ ଆମେ ଅନେକ ଲୋକଙ୍କ ଚର୍ମରେ ଟିଏଚଏସ ପାଇଥିଲୁ। ଏହା ଶରୀର ପାଇଁ କ୍ଷତିକାରକ। ଟିଏଚଏସ ଦ୍ୱାରା କ୍ୟାନ୍ସର, ହୃଦରୋଗ, atherosclerosis ଭଳି ଅନ୍ୟରୋଗ ମଧ୍ୟ ହେବାର ସମ୍ଭାବନା ଅଛି।” ଗବେଷଣାରେ ଧୂମପାନ କରୁନଥିବା ୧୦ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ସାମିଲ କରାଯାଇଥିଲା। ସେମାନଙ୍କ ବୟସ ୨୨ରୁ ୪୫ ବର୍ଷ ଥିଲା। ସ୍ୱେଚ୍ଛାସେବୀଙ୍କୁ ଟିଏଚଏସ ଥିବା ପୋଷାକ ପିନ୍ଧାଇ ୧୫ ମିନିଟ ପର୍ଯ୍ୟନ୍ତ ଚାଲିବା କିମ୍ବା ଧାଇଁବାକୁ କୁହାଯାଇଥିଲା। କିନ୍ତୁ ତାଙ୍କ ପୋଷାକରେ ଟିଏଚଏସ ଥିବା ବିଷୟରେ ସେମାନ ଜାଣିନଥିଲେ। ୧୫ ମିନିଟ ପରେ ଯାଞ୍ଚ କଲା ପରେ ସ୍ୱେଚ୍ଛାସେବୀଙ୍କୁ ଚର୍ମରେ ବିପୁଳ ପରିମାଣର ଟିଏଚଏସ ଥିବା ଦେଖିବାକୁ ମିଳିଥିଲା।
କେବଳ ଏତିକି ନୁହଁ, ନିୟମିତ ଭାବେ ସ୍ୱେଚ୍ଛାସେବୀଙ୍କ ରକ୍ତ ଓ ମୂତ୍ର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେମାନଙ୍କ ପ୍ରୋଟିନରେ ଅନେକ ପରିବର୍ତ୍ତନ ଆସିଥିବା ଜଣାପଡିଥିଲା। ଟିଏଚଏସ ପ୍ରଭାବରେ DNA, lipids ଓ proteins ନଷ୍ଟ ହେଉଥିବା ଡାକ୍ତର ଚିଂ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସିଗାରେଟ ଟାଣୁଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ପରି ହୋଇଥାଏ। ଟିଏଚଏସ ପରିବେଶରେ ଯାଇ ଲୋକଙ୍କ ଚର୍ମ ସଂସ୍ପର୍ଷରେ ଆସେ। ବାହାର ଅପେକ୍ଷା ବନ୍ଦ କୋଠରୀରେ ଏହା ଅଧିକ ପ୍ରଭାବିତ କରିଥାଏ। ତେବଳ ଡାକ୍ତରୀ ଯାଞ୍ଚ ଦ୍ୱାରା ଶରୀରରେ ଟିଏଚଏସର ଉପସ୍ଥିତି ଜଣାପଡେ।
ଗବେଷଣା ବେଳେ ୧୦ ଜଣ ସ୍ୱେଚ୍ଛାସେବୀଙ୍କ ଚର୍ଚ୍ଚରେ ବିଶେଷ କିଛି ପରିବର୍ତ୍ତନ ପରିଲିଖିତ ହୋଇନଥିଲା। କିନ୍ତୁ ସେମାନଙ୍କ ରକ୍ତ କଣିକାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ତେବେ ଏବେ ମଧ୍ୟ ମଣିଷ ଶରୀରରେ ଟିଏଚଏସ କିଭଳି ପ୍ରଭାବ ପକାଏ ତାହା ଉପରେ ଗବେଷଣା ଚାଲିଛି। ଟିଏଚଏସ ଦ୍ୱାରା ଧୂମପାନ କରୁନଥିବା ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡିବ ଏହା ସୁନିଶ୍ଚିତ। ଧୂମପାନ କରୁଥିବା ମାଲିକଙ୍କ ଠାରୁ ଗାଡି କିଣିବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦ। ଯେଉଁ ସ୍ଥାନ ଗୁଡିକରେ ଅଧିକ ଧୂମପାନ ହୁଏ ଯେପରି କାସିନୋ, ହୋଟେଲ ରୁମ, ଧୂମପାନ ପାଇଁ ତିଆରି ସ୍ୱତନ୍ତ୍ର ସ୍ଥାନଠାରୁ ଦୂରେଇ ରହିବା ଉଚିତ ବୋଲି ଅନ୍ୟଜଣେ ଗବେଷକ Prue Talbot କହିଛନ୍ତି।
