ଏପ୍ରିଲରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
Israeli politician Naftali Bennett, leader of the right wing 'New Right' party, greets his supporters after first exit poll results for the Israeli Parliamentary election at his party's headquarters in Petah Tikva, Israel, Wednesday, March. 24, 2021. Bennett's Yamina emerged as a possible kingmaker according to exit polls. Bennett has not committed to either the pro-Netanyahu or anti-Netanyahu camps, meaning he could play a key role in choosing the next prime minister. (AP Photo/Tsafrir Abayov)
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ମାସରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍ । ସେ ଏପ୍ରିଲ ୨ରେ ଭାରତ ଆସିବେ ବୋଲି ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ସାଇବର ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏନେଇ ବେନେଟ୍ କହିଛନ୍ତି ଯେ, ରାଜନୈତିକ ସମ୍ପର୍କ ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତି ଅବସରରେ ସେ ଭାରତ ଗସ୍ତ କରିବେ । ଭାରତ ଓ ଇସ୍ରାଲ ମଧ୍ୟରେ ଦୃଢ ସମ୍ପର୍କ ରହିଛି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା କହିଛନ୍ତି ଯେ, ବେନେଟ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଗସ୍ତକରିବେ । ଏପ୍ରିଲ ୨ରେ ସେ ଭାରତରେ ପହଁଚିବେ । ତେବେ ଉଭୟ ନେତା ଗତବର୍ଷ ଗ୍ଲାସଗୋରେ ଅନୁଷ୍ଠିତ କୋପ୍-୨୬ରେ ସାକ୍ଷାତ କରିଥିଲେ । ସେବେ ମୋଦୀ ବେନେଟଙ୍କୁ ଆମନ୍ତ୍ରିତ କରିଥିଲେ । ସେହିପରି ବେନେଟ୍ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତ କରିବେ । ଏଥିପାଇଁ ସେ ଖୁବ୍ ଖୁସି ଅଛନ୍ତି । ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବେ । ମୋଦୀ ଉଭୟ ଦେଶର ସମ୍ପର୍କକୁ ପୁନଃ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଭାରତୀୟ ଓ ଇହୁଦୀ ସଂସ୍କୃତି ମଧ୍ୟରେ ଗଭୀର ସମ୍ପର୍କ ଥିବା ସେ କହିଛନ୍ତି ।
