ଆପରେ ଯୋଗ ଦେଲେ ଆଇପିଏସ୍ ବି ଭାସ୍କର ରାଓ
ନୂଆଦିଲ୍ଲୀ : ୨୦୨୩ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ଆଇପିଏସ୍ ଅଧିକାରୀ ବି ଭାସ୍କର ରାଓ ସୋମବାର ନୂଆଦିଲ୍ଲୀ ଠାରେ ଆମ୍ ଆଦମୀ ପାର୍ଟି (ଆପ)ରେ ଯୋଗ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ରାଓ ଦଳରେ ଯୋଗ ଦେଲେ। କର୍ଣ୍ଣାଟକ ସରକାର ରାଓଙ୍କ ଇସ୍ତଫା ଗ୍ରହଣ କରିଛନ୍ତି, ଯିଏକି ବର୍ତ୍ତମାନ ପର୍ୟ୍ୟନ୍ତ ରେଳବାଇର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ୟ୍ୟ କରୁଥିଲେ ।
ପୂର୍ବରୁ ବେଙ୍ଗାଲୁରୁ ନଗର ପୋଲିସ କମିଶନର ଭାବେ କାର୍ୟ୍ୟ କରିଥିବା ରାଓ ସେପ୍ଟେମ୍ବର ୨୦୨୧ରେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଳିକା ଏବଂ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଥିବା ସମୟରେ ବେଙ୍ଗାଲୁରୁ ନିବାସୀ ରାଓ ଆମ୍ ଆଦମୀ ପାର୍ଟିରେ ରେ ଯୋଗ ଦେଇଛନ୍ତି।
