ଆଇପିଏଲ୍ ବେଟିଂ ଅଭିଯୋଗ, ୬ ଗିରଫ
ରାଉରକେଲା : ଆଇପିଏଲ୍ ବେଟିଂ ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କଲା ରାଉରକେଲା ରଘୁନାଥପାଲ୍ଲୀ ପୋଲିସ । ଗିରଫ ମାନେ ହେଲେ ଉତ୍ତର ପ୍ରଦେଶର ରବି ସିଂ, ଛତିଶଗଡର ଶେଖର ଭାଦାଭନି, ଅନୁରାଗ ଦେହାରିୟା, ଦୀନେଶ ପ୍ରୀତୱାନି, ଶଙ୍କର ଗାଙ୍ଗୱାନୀ, ମହାରାଷ୍ଟ୍ରର ଧିରଜ ଆଦୱାନି । ଗିରଫ ଅଭିଯୁକ୍ତଙ୍କ ଠାରୁ ୨୦ଟି ମୋବାଇଲ, ୩ଟି ଲାପଟପ୍, ୨ଟି ଲାପଟପ୍ ଚାର୍ଜର, ୩ଟି ମୋବାଇଲ ଚାର୍ଜର, ୪ଟି ଏଟିଏମ୍ କାର୍ଡ ସହ ୮ଟି ପାସ୍ବୁକ୍ ଜବତ ହୋଇଛି । ସେହିପରି ପାସ୍ବୁକ୍ରେ ଥିବା ୨ଲକ୍ଷ ୫୦ ହଜାର ଟଙ୍କାକୁ ଫ୍ରିଜ୍ କରିଛି ପୋଲିସ ।
ସୂଚନା ଯେ, ଗିରଫ ଅଭିଯୁକ୍ତମାନେ ରାଉରକେଲା ସିଭିଲ ଟାଉନସିପ୍ କ୍ୱାର୍ଟର ନମ୍ୱର୍ ପିପିପି/ ୪ରେ ଅନେକ ଦିନ ଧରି ଭଡ଼ାରେ ରହି ଅନଲାଇନରେ ହକି ବିଶ୍ଵକପ, ବ୍ୟାଟିଂ, ଆନ୍ତର୍ଜାତିକ କ୍ରିକେଟ୍ ବେଟିଂ ସହ ଆଇପିଏଲ୍ ବେଟିଂ ଚଳାଇଥିଲେ । ଖବର ପାଇ ରଘୁନାଥପାଲ୍ଲୀ ପୋଲିସ ସେମାନଙ୍କୁ ମାଡିବସିଛି । ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ବେଟିଂ ଲିଙ୍କ୍ କେଉଁ ଯାଏଁ ଲାଗିଛି ଏଥିରେ ଆଉ କେଉଁ ମାନଙ୍କର ସଂପୃକ୍ତି ରହିଛି ରଘନାଥପାଲ୍ଲୀ ପୋଲିସ ତାର ଖୋଳତାଡ କରୁଛି ।
