ଆଇପିଏଲ୍ ନିଲାମ : ଦ୍ୱିତୀୟ ଦିନର ଦାମୀ ଖେଳାଳୀ ଲିଆମ ଲିଭିଂଷ୍ଟୋନ
ବାଙ୍ଗାଲୋର: ବିଶ୍ୱର ସବୁଠାରୁ ଧନଶାଳୀ ପେସାଦାର କ୍ରିକେଟ ଟୁର୍ଣ୍ଣାମେଂଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମେଗା ନିଲାମ ଜାରି ରହିଛି । ଚଳିତ ବର୍ଷ ଆଇପିଏଲ୍ରେ ୧୦ଟି ଦଳ ଖେଳିବାକୁ ଥିବାରୁ ଅଧିକ ଖେଳାଳୀ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ରବିବାର ନିଲାମର ଦ୍ୱିତୀୟ ଦିନରେ ବାକି ରହିଯାଇଥିବା ଖେଳାଳୀଙ୍କ ନିଲାମ କରାଯାଉଛି । ଦ୍ୱିତୀୟ ଦିନରେ ପଞ୍ଜାବ କିଙ୍ଗସ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଲିଆମ ଲିଭିଂଷ୍ଟୋନଙ୍କୁ ୧୧.୫୦ କୋଟିରେ କିଣିଛି । ମୁମ୍ବାଇ ଇଣ୍ଡିଆନ୍ସ ଜୋଫ୍ରା ଆରଚରଙ୍କୁ ୮କୋଟିରେ କିଣିଛି ।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଓଡିଆନ ସ୍ମିଥଙ୍କୁ ପଞ୍ଜାବ କିଙ୍ଗସ୍ ୬ କୋଟି ଟଙ୍କାରେ କିଣିଛି। ଏକ କୋଟି ବେସ୍ ପ୍ରାଇସ୍ ଥିବା ଲିଆମ୍ ଲିଭିଙ୍ଗଷ୍ଟୋନ୍ ପାଇଁ କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଶେଷରେ ପଞ୍ଜାବ କିଙ୍ଗ୍ସ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ୧୧.୫୦ କୋଟି ଟଙ୍କାରେ କିଣିଛି | ଏହା ସହ ସେ ଆଇପିଏଲରେ ବିକ୍ରି ହୋଇଥିବା ଇଂଲଣ୍ଡର ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି। ଲିଆମ୍ ଲିଭିଙ୍ଗଷ୍ଟୋନ୍ ମଧ୍ୟ ପୂର୍ବରୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି। ଲିଭିଙ୍ଗଷ୍ଟୋନ୍ ପୂର୍ବରୁ ବେନ୍ ଷ୍ଟୋକ୍ସ ହେଉଛି ଆଇପିଏଲ୍ ରେ ବିକ୍ରି ହେବାକୁ ଥିବା ସବୁଠାରୁ ମହଙ୍ଗା ଇଂରାଜୀ ଖେଳାଳି । ଦ୍ୱିତୀୟ ଦିନରେ ମହଙ୍ଗା ଖେଳାଳିଙ୍କ ମଧ୍ୟରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ – ୧୧.୫୦ କୋଟି ଟଙ୍କା (ପଞ୍ଜାବ କିଙ୍ଗ୍ସ), ଓଡିଆନ୍ ସ୍ମିଥ୍ – ୬ କୋଟି ଟଙ୍କା (ପଞ୍ଜାବ କିଙ୍ଗ୍ସ), ଶିବମ୍ ଦୁବେ – ୪ କୋଟି (ଚେନ୍ନାଇ ସୁପରକିଙ୍ଗ୍ସ), ମାର୍କୋ ୟାନସେନ୍ – ୪.୨୦ କୋଟି (ସନରାଇଜର୍ସ ହାଇଦ୍ରାବାଦ), ଏଡେନ୍ ମାର୍କ୍ରାମ – ୨.୬୦ କୋଟି ଟଙ୍କା (ସନରାଇଜର୍ସ ହାଇଦ୍ରାବାଦ), ବିଜୟ ଶଙ୍କର – ୧.୪୦ କୋଟି ଟଙ୍କା (ଗୁଜୁରାଟ ଟାଇଟାନ୍ସ), ଜୟନ୍ତ ଯାଦବ- ୧.୭୦ କୋଟି ଟଙ୍କା (ଗୁଜୁରାଟ ଟାଇଟାନ୍ସ)।
ସେହିପରି ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଓଡେନ ସ୍ମିଥଙ୍କୁ ପଞ୍ଜାବ କିଙ୍ଗସ ୬ କୋଟିରେ କିଣିଛି । ସନରାଇଜର୍ସ ହାଇଦ୍ରାବାଦ, ଅଷ୍ଟ୍ରେଲିଆର ଏଡନ ମାର୍କରମଙ୍କୁ ୨.୬ କୋଟିରେ କିଣିଛି । ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଡାନିଏଲ ସାମ୍ସଙ୍କୁ ୨.୬୦କୋଟିରେ କିଣିଛି । ରୋଭମାନ୍ ପାୱେଲଙ୍କୁ ୨.୮କୋଟିରେ ଦିଲ୍ଲୀ କ୍ୟାପିଟାଲ କିଣିଛି । ସେହିପରି ଗୁଜରାଟ ଟାଇଟନ୍ସ ଜୟନ୍ତ ଯାଦବଙ୍କୁ ୧ କୋଟି ୭୦ଲକ୍ଷରେ ଏବଂ ବିଜୟ ଶଙ୍କରଙ୍କୁ ୧ କୋଟି ୪୦ଲକ୍ଷରେ କିଣିଛି । ଦିଲ୍ଲୀ କ୍ୟାପିଟାଲ୍ସ, ମନଦୀପ ସିଂଙ୍କୁ ୧.୧୦ କୋଟିରେ କିଣିଛି । ସେହିପରି ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ ବେସ୍ ପ୍ରାଇସ୍ ୧କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ପଞ୍ଜାବ କିଙ୍ଗସ ଭାରତୀୟ ବୋଲର ଋଷି ଧୱନଙ୍କୁ ୫୫ ଲକ୍ଷରେ କିଣିଛି । ଚଳିତବର୍ଷରୁ ଲକ୍ଷେ୍ନ ସୁପର ଜ୍ୟାଂଟ୍ସ ଓ ଗୁଜରାଟ ଟାଇଟାନ୍ସ ନୂଆ ଦଳ ଭାବେ ସାମିଲ ହୋଇଛନ୍ତି । ଏହି ଦୁଇଦିନିଆ ନିଲାମର ପ୍ରଥମ ଦିନ ମୋଟ ୯୭ ଜଣ ଖେଳାଳିଙ୍କ ନାମ ଆସିଥିବା ବେଳେ ଶନିବାର ୭୪ ଜଣ ଖେଳାଳିଙ୍କୁ ୧୦ଟି ଫ୍ରାଂଚାଇଜି ନେଇଛନ୍ତି । ନିଲାମରେ ମୋଟ ୫୯୦ କ୍ରିକେଟରଙ୍କ ନାମ ପଞ୍ଜିକୃତ ହୋଇଥିଲା । ଡେଭିଡ୍ ମଲାନ, ଇୟନ ମର୍ଗାନ ଓ ମର୍ନସ ଲାବୁସେନଙ୍କ ସମେତ ବହୁ ନାମୀ ଖେଳାଳିଙ୍କୁ କୌଣସି ଫ୍ରାଂଚାଇଜି କିଣି ନାହାନ୍ତି ଫଳରେ ସେମାନେ ଅନସୋଲ୍ଡ ରହିଛନ୍ତି ।
ଅନ୍ୟପକ୍ଷରେ ଆଇପିଏଲ୍ ନିଲାମରେ ଦବଦବା ଦେଖାଇଛନ୍ତି ଅଲରାଉଣ୍ଡର । ପୂର୍ବ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିବା ହର୍ଷଲ ପଟେଲ୍ ଓ ୱାନିନ୍ଦୁ ହସରଙ୍ଗା ୧୦ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ଏହି ଅଲରାଉଣ୍ଡରଙ୍କୁ ଆରସିବି ପୁଣିଥରେ କିଣିଛି । ହର୍ଷଲଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ତାଙ୍କୁ ଆରସିବି ୧୦.୭୫ କୋଟି ଟଙ୍କାରେ କିଣିଛି । ସେହିପରି ୧ କୋଟି ଟଙ୍କାର ବେସ୍ ପ୍ରାଇସ୍ ଥିବା ହସରଙ୍ଗାଙ୍କୁ ମଧ୍ୟ ଆରସିବି ୧୦.୭୫ କୋଟି ଟଙ୍କାରେ ନେଇଛି । ସେହିପରି ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କୁ ପୁଣିଥରେ ନିଜ ଟିମରେ ସାମିଲ୍ କରିଛି ଚେନ୍ନାଇ ସୁପର୍ କିଙ୍ଗସ୍ । ବ୍ରାଭୋଙ୍କୁ ଚେନ୍ନାଇ ୪.୪୦ କୋଟି ଟଙ୍କାରେ କିଣିଛି । ଏହାବ୍ୟତୀତ ଭାରତର ଯୁବ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ୮.୭୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ । ୱେଷ୍ଟଇଣ୍ଡିଜର ତାରକା ଅଲରାଉଣ୍ଡର ଜେସନ୍ ହୋଲ୍ଡର୍ ୮.୭୫ କୋଟି ଟଙ୍କାରେ ନୂଆ ଫ୍ରାଂଚାଇଜି ଲକ୍ଷ୍ନୌ ସୁପର୍ ଜାଏଂଟ ପାଇଁ ନିଲାମ ହୋଇଛନ୍ତି । ନୀତୀଶ ରାଣା ପୁଣିଥରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କିଣିଛି । ୧ କୋଟି ଟଙ୍କାର ବେସ୍ ପ୍ରାଇସ୍ ଥିବା ନୀତୀଶଙ୍କୁ ୮ କୋଟି ଟଙ୍କାରେ କିଣିନେଇଛି କେକେଆର । ଅନ୍ୟମାନଙ୍କ ମଧ୍ୟରେ ସ୍ପିନ୍ ଅଲରାଉଣ୍ଡର ତଥା ମୁମ୍ବାଇର ପୂର୍ବତନ ଖେଳାଳି କୃନାଲ୍ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ ଲକ୍ଷ୍ନୌ କିଣିଥିବା ବେଳେ ଦୀପକ ହୁଡାଙ୍କୁ ୫.୭୫ କୋଟି ଟଙ୍କାରେ ଲକ୍ଷ୍ନୌ ଏବଂ ମିଚେଲ୍ ମାର୍ଶଙ୍କୁ ୬.୫୦ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ବାଂଲାଦେଶର ସାକିବ ଅଲ୍ ହାସନ୍ ଓ ଆଫଗାନିସ୍ତାନର ମହମ୍ମଦ ନବିଙ୍କୁ କୌଣସି ଫ୍ରାଂଚାଇଜି କିଣିନାହାନ୍ତି । ଅର୍ଥାତ୍ ଏହି ଦୁଇ ଭେଟେରାନ୍ ଅନସୋଲ୍ଡ ରହିଛନ୍ତି ।
