ଆଇପିଏଲ ୨୦୨୪ : ୨୨ରେ ଉଦଘାଟନୀ ମ୍ୟାଚ୍, ମୁହାଁମୁହିଁ ହେବେ ଚେନ୍ନାଇ-ବାଙ୍ଗାଲୋର
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ୍-୨୦୨୪ ଲିଗର ସପ୍ତଦଶ ସଂସ୍କରଣ । ଟୁର୍ଣ୍ଣାମେଣ୍ଟର ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଗୁରୁବାର ଜାରି ହୋଇଛି । ସାଧାରଣ ନିର୍ବାଚନ ଦୃଷ୍ଟିରୁ ଏହି ସିଜନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ। ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆଇପିଏଲ୍-୨୦୨୪ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ରେ ଚେପକ୍ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବଧି ମଧ୍ୟରେ ୧୭ ଦିନରେ ୨୧ଟି ମ୍ୟାଚ୍ ଖେଳାଯିବ । ଏଥିମଧ୍ୟରୁ ୪ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ରହିଛି । ସିଏସକେ ନବମ ଥର ପାଇଁ ଯେକୌଣସି ଆଇପିଏଲ୍ ସିଜନର ପ୍ରଥମ ମ୍ୟାଚ୍ ଖେଳିବ । ଦଳ ଏହା ପୂର୍ବରୁ ୮ ଥର ଉଦଘାଟନୀ ମ୍ୟାଚ୍ ଖେଳିଛି । ଦଳ ଏପର୍ଯ୍ୟନ୍ତ ୧୦ଟି ଫାଇନାଲ୍ ଖେଳିଥିବା ବେଳେ ୫ ଥର ଟାଇଟଲ୍ ଜିତିଛି । ଗତ ସିଜନର ଫାଇନାଲରେ ଦଳ ଗୁଜରାଟ ଟାଇଟନ୍ସକୁ ହରାଇ ପଞ୍ଚମ ଟ୍ରଫି ଜିତିଥିଲା । ସାଧାରଣ ନିର୍ବାଚନ ସତ୍ତ୍ବେ ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବ ବୋଲି ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ ସ୍ପଷ୍ଟ କରିଛନ୍ତି । ୨୦୦୯ରେ ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲର ପୂରା ସିଜନ୍ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା । ୨୦୧୪ରେ କିଛି ମ୍ୟାଚ୍ ୟୁଏଇରେ ଖେଳାଯାଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୂରା ଲିଗ୍ ଦେଶରେ ଅନୁଷ୍ଠିତ ହୋଇଥିଲା ।
🚨 𝗦𝗧𝗢𝗣 𝗧𝗛𝗘 𝗣𝗥𝗘𝗦𝗦 – TATA #IPL2024 Schedule is HERE! 🤩
— Star Sports (@StarSportsIndia) February 22, 2024
Get ready for the thrill, excitement and fun to begin! Save this post so you don't have to search for it again 🔍
It's #CSKvRCB, @msdhoni 🆚 @imVkohli in the opener! Who's your pick ? 👀#IPLSchedule #IPLonStar pic.twitter.com/oNLx116Uzi
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ ମ୍ୟାଚ୍ର କ୍ରୀଡାସୂଚୀ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଏହି ୨୧ଟି ମ୍ୟାଚ୍ ଖେଳାଯିବ। ୧୦ଟି ଭିନ୍ନ ଭିନ୍ନ ସହରରେ ୨୧ଟି ଖେଳାଯିବ। ତେବେ ଜାରି ହୋଇଥିବା କ୍ରୀଡାସୂଚୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ତା’ର ଘୋରେଇ ମ୍ୟାଚ୍ରେ ଭାଇଜାଗରେ ଖେଳିବ। ତେବେ ଆଇପିଏଲ ସିଜିନ୍-୧୭ର ଅନ୍ୟ ମ୍ୟାଚ୍ର ସୂଚୀ ପରେ ଘୋଷଣା କରାଯିବ। ଉଦଘାଟନୀ ମ୍ୟାଚ୍ ରାତି ୮ଟାରେ ଖେଳାଯିବ ଏବଂ ଅନ୍ୟ ମ୍ୟାଚ୍ ସବୁ ୩.୩୦ କିମ୍ବା ସନ୍ଧ୍ୟା ୭.୩୦ରେ ଖେଳାଯିବ।
ଆଇପିଏଲ ୨୦୨୪ ମଧ୍ୟ ଗତ ସିଜିନ୍ ପରି ହେବ। ଚଳିତ ସିଜିନ୍ରେ ମଧ୍ୟ ୭୪ଟି ମ୍ୟାଚ୍ ଖେଳାଯିବ। କିନ୍ତୁ ଗତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ୬୦ ଦିନରେ ଶେଷ ହୋଇଥିବାବେଳେ ଚଳିତ ବର୍ଷ ୬୭ ଦିନ ଖେଳାଯିବ। ସାଧାରଣ ନିର୍ବାଚକୁ ଦୃଷ୍ଟିରେ ରଖି ଆଇପିଏଲ କ୍ରୀଡାସୂଚୀକୁ ଏକ ସପ୍ତାହ ଅଧିକ ବୃଦ୍ଧି କରାଯାଇଛି। ୨୦୧୯ରେ ମଧ୍ୟ ଯେତେବେଳେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେ ସମୟରେ ମଧ୍ୟ ଏହି ପରି ଆଭିମୁଖ୍ୟ ଗ୍ରହଣ କରିଥିଲା ବିସିସିଆଇ। ସେତେବେଳେ ମଧ୍ୟ ଆଇପିଏଲ ଦୁଇଟି ଭାଗରେ ଖେଳାଯାଇଥିଲା। ତେବେ ଚଳିତ ବର୍ଷ ମେ‘ ୨୬ରେ ଆଇପିଏଲ ଫାଇନାଲ ଖେଳାଯିବାର ସମ୍ଭାବନା ରହିଛି।
