ଆଇପିଏଲ ୨୦୨୩ : ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପଞ୍ଜାବ
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନରେ ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ । ଶନିବାର ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ମିନିଟ ସମୟରେ ମୋହାଲିରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର ମଧ୍ୟରେ ଖେଳାଯିବ । ଏହାରି ମଧ୍ୟରେ ଟସ ଜିତି କୋଲକାତା ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ।
ପଞ୍ଜାବ କିଙ୍ଗସର ଶିଖର ଧବନ ଟିମକୁ ଟକ୍କର ଦେବାକୁ ନୀତିଶ ରାଣାଙ୍କ କୋଲକାତା ନାଇଟ ରାଇଡର ଟିମ୍ ପ୍ରସ୍ତୁତ ହୋଇଛି । ଆଜି ଆଣ୍ଡ୍ରିୟୁ ରର୍ସଲଙ୍କ ପାଓ୍ବାର ଶୋ ଦେବାକୁ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ । ସେପଟେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତି ଦଳକୁ ଦୁର୍ବଳ ମଧ୍ୟ କରିବ ।
ପରିସଂଖ୍ୟାନ ଅନୁସାରେ କେକେଆର୍ ଉପରେ ପଞ୍ଜାବ ଅଧିକ ଭାରି ଜଣାପଡୁଛି, କିନ୍ତୁ ଜନି ବେୟାରଷ୍ଟୋଙ୍କ ଅନୁପସ୍ଥିତି ପଞ୍ଜାବ ଦଳର ସନ୍ତୁଳନରେ ବଡ଼ ଫରକ ପକାଇବ। ବେୟାରଷ୍ଟୋଙ୍କ ସ୍ଥାନରେ ପଞ୍ଜାବ ଦଳରେ ବିବିଏଲ୍ର ଶ୍ରେଷ୍ଠ ଖେଳାଳି ମାଥ୍ୟୁ ସର୍ଟଙ୍କୁ ନିଆଯାଇଛି। ଧାୱନଙ୍କ ସହ ସର୍ଟ ପାଳି ଆରମ୍ଭ କରିପାରନ୍ତି। ସେହିପରି ଇଂଲଣ୍ଡର ଲିଆମ୍ ଲିଭିଂଷ୍ଟୋନ୍, ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା ମଧ୍ୟ ପଞ୍ଜାବ ସହିତ ଯୋଗଦେଇପାରିନାହାନ୍ତି। ତଥାପି ପଞ୍ଜାବରେ ଅଲ୍ରାଉଣ୍ଡର ସଂଖ୍ୟା ଭଲ ରହିଛି। ମଧ୍ୟକ୍ରମ ବ୍ୟାଟିଂ ଓ ଡେଥ୍ ଓଭର ବୋଲିଂ ବିଶେଷଜ୍ଞ ସାମ୍ କରନ, ଜିମ୍ବାୱେର ସିକନ୍ଦର ରାଜା ଏଥର ଆଇପିଏଲ୍ରେ ଓଲଟ ପାଲଟ କରିପାରନ୍ତି। କିନ୍ତୁ ଏଥିପୂର୍ବରୁ ଧାୱନ ଓ ସର୍ଟ ସ୍ଥିର ଆରମ୍ଭ ଦେବା ଆବଶ୍ୟକ ହେବ। ସେହିପରି ବୋଲିଂରେ ରବାଦାଙ୍କ ସ୍ଥାନରେ ଅର୍ଶଦୀପ ସିଂହ, ରିଷି ଧାୱନ, କରଣ, ଲେଗ ସ୍ପିନର ରାହୁଲ ଚହର ବୋଲିଂ କ୍ରମ ସମ୍ଭାଳିବେ। ଗତ ୧୫ ବର୍ଷ ମଧ୍ୟରେ ପଞ୍ଜାବ ଥରୁଟିଏ ବି ଟ୍ରଫି ଜିତିନାହିଁ। ଶେଷ ଥର ପାଇଁ ୨୦୧୪ରେ ଦଳ ଟ୍ରଫି ନିକଟତର ହୋଇଥିଲା ବେଳେ ଉଦ୍ଘାଟନୀ ସଂସ୍କରଣରେ ଏହି ଦଳ ସେମିଫାଇନାଲ୍ରେ ପରାଜିତ ହୋଇଥିଲା।
ପଞ୍ଜାବ କିଙ୍ଗ୍ସ ଦଳ: ଶିଖର ଧାୱନ୍ (ଅଧିନାୟକ), ଅର୍ଶଦୀପ ସିଂହ, ବଲ୍ତେଜ ସିଂହ, ରାଜ ବାୱା, ରାହୁଲ ଚହର, ସାମ୍ କରନ, ରିଷି ଧାୱନ୍, ନାଥନ ଏଲିସ, ହର୍ପ୍ରୀତ୍ ବ୍ରାର, ହର୍ପ୍ରୀତ୍ ସିଂହ, ବିଦ୍ବତ୍ କାଭେରାପ୍ପା, ମୋହିତ ରଥୀ, ପ୍ରଭ୍ସିମ୍ରନ ସିଂହ, ଭାନୁକା ରାଜପକ୍ସ, ଏମ୍ ଶାହାରୁଖ ଖାନ୍, ଜିତେଶ ଶର୍ମା, ଶିଭମ ସିଂହ, ମାଥ୍ୟୁ ସର୍ଟ, ଶିକନ୍ଦର ରାଜା, ଅଥର୍ବ ତାଇଦେ।
କୋଲ୍କାତା ନାଇଟ୍ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ବୈଭବ ଆରୋରା, ଲୋକି ଫର୍ଗୁସନ, ହର୍ଷିତ୍ ରାଣା, ଭେଙ୍କଟେଶ ଆୟର, ଏନ୍ ଜଗଦୀଶାନ, କୁଲ୍ୱନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନ୍ଦୀପ ସିଂହ, ସୁନିଲ ନାରାୟଣ, ରହମନୁଲ୍ଲା ଗୁରବାଜ, ଅନୁକୂଳ ରୟ, ଆନ୍ଦ୍ରେ ରସେଲ, ସାକିବ ଅଲ୍ ହାସନ, ରିଙ୍କୁ ସିଂହ, ଟିମ୍ ସାଉଦି, ସୂୟାଶ ଶର୍ମା, ଶାର୍ଦୁଲ ଠାକୁର, ବରୁଣ ଚକ୍ରବର୍ତୀ, ଡେଭିଡ ୱିଜି, ଉମେଶ ଯାଦବ।
