ଆଇପିଏଲ-୨୦୨୩ : ଟସ ଜିତିଲା ଗୁଜରାଟ, ପ୍ରଥମେ ବ୍ୟାଟିଂ କରିବ କୋଲକାତା
କୋଲକାତା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ରେ ଆଜି ଡବଲ୍ ହେଡର ମ୍ୟାଚ । ୩୯ତମ ମ୍ୟାଚରେ ମ୍ୟାଚ୍ ସାଢେ ୩ଟାରେ କୋଲକାତା ନାଇଟ୍ ରାଇଡର ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଟସ ଜିତି ଗୁଜରାଟ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କୋଲକାତା ।
ହି ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଜିତିଥିବା ଗୁଜରାଟ ଟାଇଟନ୍ସ ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ମାତ୍ର ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଖେଳାଯାଉଥିବାରୁ ଦଳର ଚିନ୍ତା ବଢି ଯାଇଛି । ଗତ ୯ ତାରିଖରେ ଉଭୟ ଦଳ ପରସ୍ପରକୁ ଏଠାରେ ଭେଟିଥିଲେ । ନାଇଟ୍ ରାଇଡର୍ସ ୩ୱିକେଟ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା । ରିଙ୍କୁ ସିଂହଙ୍କ ପ୍ରଦର୍ଶନ ଅଦ୍ଭୁତ ଓ ଅବିଶ୍ୱସନୀୟ ରହିଥିଲା । ମ୍ୟାଚ୍ର ଶେଷ ୫ଟି ବଲ୍ରେ ୫ଟି ଛକା ମାରି ରିଙ୍କୁ ଟାଇଟନ୍ସ ହାତରୁ ବିଜୟ ଛଡ଼ାଇ ନେଇଥିଲେ । ସେପଟେ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଥିବାରୁ କୋଲକାତା ସହଜ ବିଜୟ ଲକ୍ଷ୍ୟ ରଖିଛି । ନାଇଟ୍ ରାଇଡର୍ସର ସ୍ପିନ୍ ବୋଲିଂ ଗୁଜରାଟ ପାଇଁ ଘାତକ ହୋଇପାରେ । ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ମାତ୍ର ୩ଟିରେ ବିଜୟ ହୋଇଛି । ଆଜିର ମ୍ୟାଚ ବିଜୟ ପାଇଁ ସ୍ବତନ୍ତ୍ର ରଣନୀତି କରିଛି ।
