ଆଇପିଏଲ-୨୦୨୩ : କୋଲକାତାକୁ ୭ ଓ୍ଵିକେଟ୍ରେ ହରାଇ ଶୀର୍ଷରେ ଗୁଜରାଟ୍
Vijay Shankar of Gujarat Titans and David Miller of Gujarat Titans celebrating win during match 39 of the Tata Indian Premier League between the Kolkata Knight Riders and the Gujarat Titans held at the Eden Gardens Stadium, Kolkata, on the 29th April 2023 Photo by: Saikat Das / SPORTZPICS for IPL
କୋଲକାତା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୯ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର ଓ ଗୁଜରାଟ ଟାଇଟନ୍ସ । କୋଲକାତାର ଇଡେନ ଗାଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଏହି ବିଜୟ ସହ ପଏଣ୍ଟ ଗୁଜରାଟ ୮ଟି ମ୍ୟାଚରୁ ୬ଟିରେ ବିଜୟ ସହ ୧୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକାତା ୯ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିଛି ।
ବିଜୟ ଶଙ୍କରଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ୩୯ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଛି। ଘରୋଇ ଗ୍ରାଉଣ୍ଡରେ ବି କୋଲକାତା ନିଜର ସମ୍ମାନ ରଖି ପାରିନାହିଁ। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ ରେହମନତୁଲ୍ଲାଙ୍କ ବିସ୍ଫୋରକ ୮୧ ରନ ବଳରେ ୭ ଓ୍ଵିକେଟ୍ ହରାଇ ୧୭୯ ରନ କରିଥିଲା। ଆନ୍ଦ୍ରେ ରସେଲ ୩୪ ରନର ଦ୍ରୁତ ଇନିଂସ ଖେଳିଥିଲେ। ଜବାବରେ ଗୁଜରାଟ୍ ଟାଇଟନ୍ସ ବିଜୟ ଶଙ୍କରଙ୍କ ଅପରାଜିତ ୫୧ ରନ ଏବଂ ଡେଭିଡ୍ ମିଲରଙ୍କ ଅପରାଜିତ ୩୨ ରନ ବଳରେ ୧୭.୫ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁଭମନ ଗିଲ୍ ମଧ୍ୟ ୪୯ ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିଲେ।
ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୭୯ରନ କରିଥିଲା । ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ସର୍ବାଧିକ ୮୧ରନ କରିଥିଲେ । ସେହିପରି ଆନ୍ଦ୍ରେ ରସେଲ ୩୪ରନ ଓ ରିଙ୍କୁ ସିଂ ୧୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସମ୍ମି ୩ଟି ଓ୍ବିକେଟ ନେଇଥିବାବେଳେ ଜୋସୁଆ ଲିଟଲ ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଗୁଜରାଟ ଆଗରେ ୧୮୦ରନର ଟାର୍ଗେଟ୍ ରହିଥିବାବେଳେ ଦଳ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ବିଜୟ ଶଙ୍କର ୫୧ରନ ଓ ଶୁଭମନ ଗିଲ୍ ୪୯ ରନ କରିଥିଲେ । ସେହିପରି ଡେଭିଡ୍ ମିଲର୍ ୩୨ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ରନ କରିଥିଲେ ।
