ଆଇପିଏଲ-୨୦୨୩ : ସୁପର ସଣ୍ଡେରେ ଡବଲ୍ ହେଡର, ଆଜି ସନରାଇଜର୍ସ-ରାଜସ୍ଥାନ ଓ ମୁମ୍ବାଇ-ଆର୍ସିବି ମୁକାବିଲା
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ରବିବାର ତୃତୀୟ ଦିନରେ ଡବଲ୍ ହେଡର ମ୍ୟାଚ ଖେଳାଯିବ। ସୁପର ସଣ୍ଡେରେ ଆଇପିଏଲର ଚତୁର୍ଥ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଚମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ରବିବାରର ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ମିନିଟ ସମୟରେ ହାଇଦ୍ରାବାଦରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା ଏବଂ ଦ୍ଵିତୀୟ ମ୍ୟାଚ ବାଙ୍ଗାଲୋରରେ ସନ୍ଧ୍ୟା ୭ଟା୩୦ ମିନିଟ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ।
ସନରାଇଜର୍ସ ହାଇଦ୍ରାବାଦର ମଜବୁତ୍ ବ୍ୟାଟିଂ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ ଡେଭିଡ୍ ୱାର୍ଣ୍ଣର ଓ ୨୦୨୨ରେ କେନ୍ ୱିଲିୟମସନ୍ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ ୩ ତାରିଖରେ ଭାରତରେ ପହଞ୍ଚିବାକୁ ଥିବାରୁ ଭୁବନେଶ୍ବର କୁମାର କାମଚଳା ଦାୟିତ୍ବ ସମ୍ପାଦନ କରିବେ। ଭୁବନେଶ୍ବର କୁମାରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଅବଦୁଲ ସାମଦ, ମୟଙ୍କ ଅଗ୍ରୱାଲ, ହ୍ୟାରୀ ବ୍ରୁକ୍ସ, ହେନରିଚ କ୍ଲାସେନ, ଆଇଡାନ ମାର୍କରାମ, ରାହୁଲ ତ୍ରିପାଠୀଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିବାବେଳେ ଅଭିଷେକ ଶର୍ମା ରହିଛନ୍ତି। ବୋଲିଂ ଭାର ଭୁବନେଶ୍ବର କୁମାରଙ୍କ ସହ ମାର୍କୋ ୟାନସେନ, ଟି. ନଟରାଜନ, ଉମ୍ରାନ ମଲିକ, ଆଦିଲ ରସିଦ ଦାୟିତ୍ବ ତୁଲାଇବେ। ହାଇଦ୍ରାବାଦ ଗତ ୨୦୧୬ରେ ଥରେ ମାତ୍ର ଚମ୍ପିଆନ ହୋଇଛି। ଦଳ ଦ୍ବିତୀୟ ଟ୍ରଫି ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ୨୦୦୮ ପ୍ରଥମ ସଂସ୍କରଣର ଚମ୍ପିଆନ ରାଜସ୍ଥାନ ରୟାଲ୍ସ ଶେଷ ସଂସ୍କରଣ ୨୦୨୨ରେ ରନର୍ସଅପ ହୋଇଥିଲା। ସଞ୍ଜୁ ସାମସନ୍ଙ୍କ ନେତୃତ୍ବାଧୀନ ଏହି ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍ ଓ ପର୍ପଲ କ୍ୟାପ୍ ଉପରେ କବ୍ଜା କରିଥିଲା। ଜୋସ୍ ବଟଲର୍ ସର୍ବାଧିକ ରନ୍ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥିଲେ। ରାଜସ୍ଥାନ ଦଳରେ ସିମରନ ହେତମେୟାର, ଜୋସ ବଟ୍ଲର, ଜାସନ ହୋଲଡର, ଦେବଦତ୍ତ ପାଡିକଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ବୋଲିଂ ବିଭାଗରେ ଯୁଜୁବେନ୍ଦ୍ର ଚହଲ ,ଓବେଡ ମ୍ୟାକଏ, ଟ୍ରେଣ୍ଟ ବୋଲ୍ଟ କୁଳଦୀପ୍ ସେନ, ନବଦୀପ ସୈନି, ଆଡାମ ଜାମ୍ପା ପ୍ରମୁଖ ରହିଛନ୍ତି। ଉଭୟ ଦଳର ଶେଷ ୫ଟି ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ରୟାଲ୍ସ ୩ଟି ଓ ସନରାଇଜର୍ସ ହାଇଦ୍ରାବାଦ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି। ୨୦୨୨ରେ ଉଭୟ ଦଳ ଥରେ ମୁହାଁମୁହିଁ ହୋଇଥିଲେ। ଏଥିରେ ରାଜସ୍ଥାନ ରୟାଲ୍ସ ୬୧ରନରେ ବିଜୟୀ ହୋଇଥିଲା।
ସନରାଇଜର୍ସ ହାଇଦ୍ରାବାଦ : ଭୁବନେଶ୍ବର କୁମାର, ଅବଦୁଲ ସମଦ, ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ଅନମୋଲପ୍ରୀତ୍ ସିଂହ, ହାରି ବ୍ରୁକ୍, ମୟଙ୍କ ଡଗର, ଫଜଲହକ୍ ଫାରୁକୀ, ଅକିଲ୍ ହୁସେନ୍, କାର୍ତ୍ତିକ ତ୍ୟାଗୀ, ହେନରିଚ କ୍ଲାସେଁ, ମୟଙ୍କ ମାର୍କଣ୍ଡେ, ଟି ନଟରାଜନ, ନୀତୀଶ କୁମାର ରେଡ୍ଡୀ, ଗ୍ଲେନ୍ ଫିଲିପ୍ସ, ଆଦିଲ୍ ରସିଦ୍, ସନଭିର ସିଂହ, ରାହୁଲ ତ୍ରିପାଠୀ, ଉମ୍ରାନ ମଲ୍ଲିକ, ବିଭ୍ରାନ୍ତ ଶର୍ମା, ସମର୍ଥ ଭ୍ୟାସ, ୱାସିଂଟନ୍ ସୁନ୍ଦର, ଉପେନ୍ଦ୍ର ଯାଦବ।
ରାଜସ୍ଥାନ ରୟାଲ୍ସ : ସଞ୍ଜୁ ସାମସନ୍, ଅବଦୁଲ ବସିଥ, ମୁରୁଗାନ ଅଶ୍ବିନ, ରବିଚନ୍ଦ୍ରନ ଅଶ୍ବିନ, କେଏମ୍ ଆସିଫ୍, ଟ୍ରେଣ୍ଟ ବୋଲ୍ଟ, ଜୋସ୍ ବଟଲର, କେସି କାରିଆପ୍ପା, ୟୁଝବେନ୍ଦ୍ର ଚହଲ, ଡୋନୋଭାନ୍ ଫେରୈରା, ସିମ୍ରନ୍ ହେଟ୍ମାୟର, ଜାସନ୍ ହୋଲ୍ଡର, ଯଶସ୍ବୀ ଜୟସ୍ବାଲ, ଧ୍ରୁବ ଜୁରେଲ୍, ଓବେଦ୍ ମ୍ୟାକଏ, ଦେବଦତ ପଡିକଲ୍, ରିୟାନ ପରାଗ, କୁନାଲ ସିଂହ ରାଥୋଡ, ଜୋ ରୁଟ୍, ନବଦୀପ ସଇନି, ସନ୍ଦୀପ ଶର୍ମା, କୁଲଦୀପ ଯାଦବ, ଆଦାମ ଜାମ୍ପା।
ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ପୁଣି ଥରେ ଆଧିପତ୍ୟ ବିସ୍ତାର କରିବାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମଇଦାନକୁ ଓହ୍ଲାଇବ। ଆଇପିଏଲ୍ରେ ୨୦୨୦ ପରଠୁ ଉଭୟ ଦଳ ମଧ୍ୟରେ ହୋଇଥିବା ୫ ମୁକାବିଲା ଭିତରୁ ଆର୍ସିବି ଲଗାତାର ତିନି ଥର ଜିତିଆସୁଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ଥର ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଚମ୍ପିଆନ ହୋଇଥିଲା। ଦଳ ଶେଷ ସଂସ୍କରଣରେ ସର୍ବନିମ୍ନ ସ୍ଥାନରେ ରହିଥିଲା। ଆଇପିଏଲ୍ର ସବୁଠୁ ସଫଳ ଦଳ ମୁମ୍ବାଇ ଏଥର ତାହାର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପୂର୍ବ ଲଜ୍ଜାକୁ ଲିଭାଇବାକୁ ଚାହିଁବ। ଯଶ୍ପ୍ରୀତ୍ ବୁମ୍ରା ଓ ରିଚାର୍ଡସନ୍ଙ୍କ ଅନୁପସ୍ଥିତିରେ ଜୋଫ୍ରା ଆର୍ଚର ଏହି ଶୂନ୍ୟସ୍ଥାନ ପୂରଣ କରିବେ ବୋଲି ଦଳ ଆଶା ବାନ୍ଧିଛି। ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସହ କାମେରୁନ ଗ୍ରୀନ, ଟିମ୍ ଡେଭିଡ୍, ଇଷାନ କିଷାନ, ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀମ ବୁମରା ଅନୁପସ୍ଥିତ ଥିଲେ ମଧ୍ୟ ଡୁଆନ ୟାନସେନ, କୁମାର କାର୍ତ୍ତିକେୟ, ଜେଫ୍ରା ଆର୍ଚର, ଅର୍ସଦ ଖାନ ପ୍ରମୁଖ ରହିଛନ୍ତି। ଦାୱାଦ ବ୍ରେଭିସ,ସାମ୍ସ ମୁଲାନି ପ୍ରମୁଖ ରହିଛନ୍ତି। ସେହିପରି ଫ୍ଳାଫ ଡୁପ୍ଲେସିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୦୯ରେ ରନର୍ସଅପ ହୋଇଥିଲା । ଦଳ ୨୦୨୨ ସଂସ୍କରଣରେ ୩ୟ ସ୍ଥାନ ହାସଲ କରିଥିଲା। ବିରାଟ କୋହଲି, ୱାନିନ୍ଦୁ ହାସରଙ୍ଗା ଡିସିଲ୍ଭା, ଦିନେଶ କାର୍ତ୍ତିକ, ମିଚେଲ ବ୍ରାସୱେଲ, ଡେଭିଡ୍ ୱିଲି,ସାହାବାଜ ଅହମ୍ମଦ, ଫିନ୍ ଆଲେନଙ୍କୁ ନେଇ ଗଠିତ ଦଳ ପ୍ରଥମ ଥର ପାଇଁ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି।
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର : ଫାଫ୍ ଡୁପ୍ଲେସିସ୍, ବିରାଟ କୋହଲି, ମହମ୍ମଦ ସିରାଜ, ହର୍ଷଲ ପଟେଲ, ଦିନେଶ କାର୍ତ୍ତିକ, ଶାହବାଜ ଅହମଦ, ଅନୁଜ ରାୱତ, ଆକାଶଦୀପ, ମହିପାଲ୍ ଲୋମରର୍, ଫିନ୍ ଆଲେନ୍, ସୂୟାଶ ପ୍ରଭୂଦେଶାଇ, କରଣ ଶର୍ମା, ସିଦ୍ଧାର୍ଥ କାଉଲ, ଡେଭିଡ୍ ୱିଲି, ରିସ୍ ଟପ୍ଲେ, ହିମାଂଶୁ ଶର୍ମା, ମନୋଜ ଭାଣ୍ଡାଗେ, ରାଜନ କୁମାର, ଅବିନାଶ ସିଂହ, ସୋନୁ ଯାଦବ, ମାଇକେଲ ବ୍ରାସ୍ୱେଲ।
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ୍ ଡେଭିଡ୍, ଦେୱାଲ୍ଦ ବ୍ରେଭିସ୍, ତିଳକ ବର୍ମା, ଈଶାନ କିଶନ, ତ୍ରିଷ୍ଟାନ ଷ୍ଟବ୍ସ, ବିଷ୍ଣୁ ବିନୋଦ, କାମେରୁନ୍ ଗ୍ରିନ୍, ଅର୍ଜୁନ ତେନ୍ଦୁଲକର, ରମଣଦୀପ ସିଂହ, ସାମ୍ସ ମୁଲାନି, ନେହାଲ ୱାଧେରା, ହ୍ରିତିକ ସୋକିନ୍, ଅର୍ଶଦ ଖାନ୍, ଡୁଆନ୍ ଜାନସେନ୍, ପୀୟୂଷ ଚାୱଲା, କୁମାର କାର୍ତ୍ତିକେୟ, ରାଘବ ଗୋୟଲ, ଜୋଫ୍ରା ଆର୍ଚର, ଜାସନ୍ ବେହରେନଡ୍ରୋଫ୍, ଆକାଶ ମାଧୱଲ।
