ଆଇପିଏଲ-୨୦୨୩ : ଗାଏକଓ୍ଵାର୍ଡଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଲକ୍ଷ୍ନୌକୁ ୨୧୮ ରନର ଟାର୍ଗେଟ୍ ଦେଲା ଚେନ୍ନାଇ
ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ସୋମବାର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ। ଦୀର୍ଘ ୪ ବର୍ଷ ପରେ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଛି ଆଇପିଏଲ୍ ମ୍ୟାଚ୍ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସିଏସକେ ଘରୋଇ ଗ୍ରାଉଣ୍ଡରେ ସିଜନର ପ୍ରଥମ ମ୍ୟାଚ୍ ଖେଳିଛି । ଘରୋଇ ଗ୍ରାଉଣ୍ଡରେ ଗର୍ଜିଲେ ସିଏସକେର ବ୍ୟାଟର ।
ଲକ୍ଷ୍ନୌ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସିଏସକେ ବ୍ୟାଟର ଋତୁରାଜ ଗାଏକଓ୍ଵାର୍ଡଙ୍କ ଆଉ ଏକ ବିସ୍ଫୋରକ ୫୭ ରନର ଅର୍ଦ୍ଧଶତକୀୟ ଇନିଂସ ଏବଂ ଡେଭନ କନଓ୍ଵେଙ୍କ ୪୭ ରନ ବଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୧୭ ରନ କରିଛି। କ୍ରମାଗତ ଦ୍ଵିତୀୟ ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ନୌ ସମ୍ମୁଖରେ ରହିଛି ୨୧୮ ରନର ବିଶାଳ ବିଜୟ ଲକ୍ଷ୍ୟ। ଅମ୍ବାତି ରାୟୁଡୁ ୨୭ ରନ କରି ଅପରାଜିତ ଥିଲେ। ଲକ୍ଷ୍ନୌ ପକ୍ଷରୁ ସଫଳ ବୋଲର ଭାବେ ରବି ବିଷ୍ଣୋଇ ୨୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।
