ଆଇପିଏଲ୍-୨୦୨୩: ୫ମ ସପ୍ତାହରେ ମଧ୍ୟ ଚେନ୍ନାଇ ପପୁଲାର ଟିମ୍
ମୁମ୍ବାଇ : ଆଇପିଏଲ୍ ୨୦୨୩ । ଟୁର୍ଣ୍ଣାମେଣ୍ଟର ଅଧାରରୁ ଅଧିକ ମ୍ୟାଚ୍ ଖେଳାସାରିଲାଣି । ସବୁ ଟିମ୍ଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ଲେ-ଅପ୍ ରେସ୍ । କିନ୍ତୁ ଏସବୁ ଭିତରେ ଚେନ୍ନାଇ ଏବେବି ଟପ୍ରେ ରହିଛି । ତେବେ ଆସନ୍ତୁ ଜାଣିବା ଚେନ୍ନାଇ କିପରି ରହିଛି ଟପ୍ରେ ।
ଓରମାକ୍ସ ମିଡିଆ ନାମକ ଏକ ସଂସ୍ଥା ପକ୍ଷରୁ ୨୦୨୩ ଆଇପିଏଲ୍ ସିଜିନ୍ରେ କିଏ ପପୁଲାର ଟିମ୍ । ସେନେଇ ସର୍ଭେ ହୋଇଥିଲା । ଏବେ ଏହି ସର୍ଭେ ରିପୋର୍ଟ ଆସିଛି । ଏଥିରେ ଆଗରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ସବୁ ଟିମ୍କୁ ପଛରେ ପକାଇ କ୍ୟାପଟେନ୍ କୁଲ୍ଙ୍କ ଦଳ ଏହି ସ୍ଥାନକୁ ବଜାୟ ରଖିଛି । ୨୦୨୩ ଆଇପିଏଲ୍ ସିଜିନ୍ ୫ୟ ସପ୍ତାହରେ ପହଞ୍ଚିସାରିଲାଣି । ପ୍ରତି ସପ୍ତାହରେ ଏହି ସଂସ୍ଥା ପକ୍ଷରୁ ଏକ ସର୍ଭେ କରାଯାଏ ।
ସେହିପରି ପୂର୍ବରୁ ହୋଇସାରିଥିବା ୪ଟି ସପ୍ତାହରେ ମଧ୍ୟ ଏହି ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଧୋନିଙ୍କ ଟିମ୍ ନମ୍ବର-୧ ସ୍ଥାନ ବଜାୟ ରଖିଥିଲା । ଚଳିତ ଆଇପିଏଲ୍ ସିଜିନ୍ରେ ସବୁଠାରୁ ପପୁଲାର ଖେଳାଳିଭାବେ ଧୋନିବି ଟପ୍ରେ ରହିଛନ୍ତି । ଲଗାତର ୫ମ ସପ୍ତାହ ଧରି ଧୋନି ଏହି ସ୍ଥାନରେ ରହିଛନ୍ତି ।
