ଆଇପିଏଲ-୨୦୨୩ : ରାଜସ୍ଥାନ ଠାରୁ ୩୨ ରନ୍ରେ ହାରିଲା ଚେନ୍ନାଇ
ଜୟପୁର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୭ତମ ମୁକାବିଲାରେ ଚେନ୍ନାଇ ରାଜସ୍ଥାନ ଠାରୁ ପରାସ୍ତ ହୋଇଛି। ଆଜି ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୨୦୩ ରନର ଟାର୍ଗେଟ୍ ଦେଇଥିଲା। ବିଶାଳ ସ୍କୋର୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିପାରିଥିଲା। ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା ରାଜସ୍ଥାନ। ଚେନ୍ନାଇକୁ ବଡ଼ ସ୍କୋର୍ କରିବା ବ୍ରେକ୍ ଲଗାଇବା ବୋଲର। ଦଳ ପକ୍ଷରୁ ଆଡାମ ଜାମ୍ପା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଆର ଅଶ୍ୱିନୀ ଦୁଇଟି ୱିକେଟ୍ ନେଇଥିଲେ। ସେହିପରି କୁଲ୍ଦୀପ ଯାଦବଙ୍କୁ ଗୋଟିଏ ସଫଳତା ମିଳିଥିବା ବେଳେ ସନ୍ଦୀପ ଶର୍ମା, ଜାସନ ହୋଲ୍ଡର ଓ ୟୁଜୱେନ୍ଦର ଚହଲ ୱିକେଟ୍ ନେବାରେ ବିଫଳ ହୋଇଥିଲେ।
ରାଜସ୍ଥାନର ୨୦୩ ରନ୍ ଟାର୍ଗେଟ୍କୁ ପିଛା କରି ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ଆରମ୍ଭରୁ ମନ୍ଥର ପ୍ରଦର୍ଶନ କରିଥିଲା। ଓପନିଂ କରିବାକୁ ଆସିଥିବା ରୁତୁରାଜ ଗାୟକ୍ୱାଡ଼ ୪୭ ରନ୍ର ଜବରଦସ୍ତ ବ୍ୟାଟିଂ କରିଥିବା ବେଳେ ଡିଭନ କନୱେ ମାତ୍ର ୮ ରନ୍ କରିପାରିଥିଲେ। ୫.୬ ଓଭରରେ ପ୍ରଥମେ କନୱେ(୧୬ ବଲ୍ ୮ ରନ୍) ୱିକେଟ୍ ଯାଇଥିଲା। ଏହାପରେ, ୯.୨ ଓଭରରେ, ରୁତୁରାଜୟ ଗାୟକ୍ୱାଡ଼(୨୯ ବଲ୍ ୪୭ ରନ୍), ୧୦.୨ ଓଭରରେ ଅଜିଙ୍କ୍ୟ ରାହାଣେ(୧୩ ବଲ ୧୫ ରନ୍), ୧୦.୪ ଓଭରରେ ଅମ୍ବାତି ରାଇଡୁ(୨ ବଲ୍ ୦ ରନ୍), ୧୪.୫ ଓଭରରେ ମୋଇନ ଅଲ୍ଲୀ ୧୨ ବଲ୍ରେ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ଓଭରକୁ ୩୭ ରନ୍ ଆବଶ୍ୟକ ପଡ଼ୁଥିବା ବେଳେ ରବିନ୍ଦ୍ର ଜାଡ଼େଜା ଓ ଶିବମ ଦୁବେ ଦୁହେଁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ମାତ୍ର ୧୭୦ ରନ୍ କରିପାରିଥିଲେ। ଶେଷଓ ଓଭରର ଶେଷ ବଲ୍ର ଶିବମ ଦୁବେଙ୍କ ୱିକେଟ୍ ଯାଇଥିଲା। ଫଳରେ ଚେନ୍ନାଇ ରାଜସ୍ଥାନ ଠାରୁ ୩୨ ରନ୍ରେ ପରାସ୍ତ ହୋଇଛି।
ସୱାଇ ମାନସିଂହ ଷ୍ଟାଡିୟମ୍ରେ ଖେଳ ଯାଇଥିବା ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୨୦୨ ରନ କରିଥିଲା । ଦଳ ପକ୍ଷରୁ ଜଶସ୍ବୀ ଜୟସ୍ବାଲ ୭୭ରନ କରିଥିବାବେଳେ ଜସ ବଟଲର ୨୭ରନ କରିଥିଲେ । ସେହିପରି ଧ୍ରୁବ ଜୁରେଲ୍ ୩୪ ରନ କରିଥିବାବେଳେ ଦେବଦତ୍ତ ପଡ଼ିକଲ୍ଲ ୨୩ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ୧୭ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ଟି ଓ୍ବିକେଟ ନେଇଥିବାବେଳେ ମହିସ ତିକସନା ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
