ଆଇପିଏଲ-୨୦୨୩ : ପପୁଲାର କ୍ରିକେଟର ଲିଷ୍ଟରେ ଆଗରେ କ୍ୟାପଟେନ୍ କୁଲ୍ ଧୋନି
ମୁମ୍ବାଇ : ବୟସ ୪୧ । ୨୦୦୮ ରୁ ୨୦୨୩ । ତଥାପି କମିନି କ୍ରେଜ୍ । ଏବେ ବି ଫିଲ୍ଡକୁ ଆସିଲେ ଶୁଭାଯାଉଛି ଫ୍ୟାନ୍ସଙ୍କ ଚିତ୍କାର । ଧୋନି ଧୋନି ପାଟିରେ କମ୍ପୁଛି ପୁରା ଷ୍ଟାଡିୟମ୍ । ଚଳିତ ସିଜିନ୍ରେ ଫ୍ୟାନ୍ସ କ୍ରେଜ୍ ଅଧିକ ଥିବା ଭଳି ମନେହେଉଛି ।
ଓରମାକ୍ସ ମିଡିଆ ନାମକ ଏକ ସଂସ୍ଥା ପକ୍ଷରୁ ୨୦୨୩ ଆଇପିଏଲ୍ ସିଜିନ୍ରେ କିଏ ପପୁଲାର କ୍ରିକେଟର । ସେନେଇ ସର୍ଭେ ହୋଇଥିଲା । ଏହି ସର୍ଭେ ରିପୋର୍ଟ ମଧ୍ୟ ଆସିଛି । ଏଥିରେ ଆଗରେ ରହିଛି କ୍ୟାପଟେନ୍ କୁଲ୍ ବା ମହେନ୍ଦ୍ର ସିଂହ ଧୋନିଙ୍କ ନାମ । ଧୋନିଙ୍କ ପଛକୁ ବିରାଟ କୋହିଲ, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଫାପ୍ ଡୁ ପ୍ଲେସି, ରିଙ୍କୁ ସିଂହ, ଶୁଭମନ୍ ଗିଲ୍, ଆଜିଙ୍କ୍ୟା ରାହାଣେ, ଜୋସ୍ ବଟଲର, ରବିନ୍ଦ୍ର ଜାଡେଜା ରହିଛନ୍ତି । ୨୦୨୩ ଆଇପିଏଲ୍ ସିଜିନ୍ ୩ୟ ସପ୍ତାହରେ ପହଞ୍ଚିସାରିଲାଣି । ପ୍ରତି ସପ୍ତାହରେ ଏହି ସଂସ୍ଥା ପକ୍ଷରୁ ଏକ ସର୍ଭେ କରାଯାଏ ।
ସେହିପରି ପୂର୍ବରୁ ହୋଇସାରିଥିବା ୨ ସପ୍ତାହରେ ମଧ୍ୟ ଏହି ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଧୋନି ନମ୍ବର-୧ ସ୍ଥାନ ବଜାୟ ରଖିଥିଲେ । ଚଳିତ ଆଇପିଏଲ୍ ସିଜିନ୍ରେ ସବୁଠାରୁ ପପୁଲାର ଖେଳାଳିଭାବେ ଟପ୍ରେ ରହିସାରିଛନ୍ତି ଧୋନି । ଆଉ ଏବେ ୩ୟ ସପ୍ତାହରେ ମଧ୍ୟ ଧୋନି ଟପ୍ରେ ରହିଛନ୍ତି ।
