ଆଇପିଏଲ୍-୨୦୨୨ : କୋଲକାତାକୁ ୧୫୭ ରନର ବିଜୟ ଲକ୍ଷ୍ୟ ଦେଲା ଗୁଜରାଟ
ମୁମ୍ଵାଇ : ଆଇପିଏଲ୍-୨୦୨୨ରେ ଶନିବାର ୩୫ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ଏଥିରେ ଟସ ଜିତି ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୫୬ ରନ କରିଛି । ଫଳରେ କୋଲକାତା ସମ୍ମୁଖରେ ରହିଛି ୧୫୭ ରନର ବିଜୟ ଲକ୍ଷ୍ୟ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୭ ରନ ସତ୍ତ୍ଵେ ଗୁଜରାଟ ବଡ ସ୍କୋର କରି ପାରିନାହିଁ। ଶେଷ ଓଭରରେ ଗୁଜରାଟ ୪ ଓ୍ଵିକେଟ୍ ହରାଇବା ଦଳକୁ ମହଙ୍ଗା ପଡିପାରେ। ଡେଭିଡ୍ ମିଲର ୨୭ ରନ କରିଥିବା ବେଳେ ଋଦ୍ଧିମାନ ଶାହ ୨୫ ରନ କରିଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି୨୪ ରନ ଦେଇ ୩ଟି ସଫଳତା ପାଇଛନ୍ତି। ଦଳୀୟ ସ୍କୋର ୮ ରନରେ ଶୁଭମାନ ଗିଲ୍(୭) ଆଉଟ୍ ହେବା ପରେ ଋଦ୍ଧିମାନ ଶାହ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସକୁ ଆଗକୁ ବଢାଇଥଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ରେ ୭୫ ରନ ଯୋଡିଥିଲେ। ଶାହା ୨୫ ରନ କରି ଆଉଟ୍ ହେବା ପରେ ପୁଣି ହାର୍ଦ୍ଦିକ ଏବଂ ମିଲରଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ମିଲର ୨୭ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ଵ ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ହାର୍ଦ୍ଦିକଙ୍କ ବିଦାୟ ପରେ ଦିଗହରା ହୋଇ ପଡିଥିଲା ଗୁଜରାଟ ଇନିଂସ। ହାର୍ଦ୍ଦିକ ୪୯ ବଲରୁ ୪ ଚୌକା ଏବଂ ୨ ଛକା ସହ ୬୭ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଗୁଜରାଟ ଟାଇଟନ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଅଭିନବ ମନୋହର ୨ରନ, ରାହୁଲ ତେଓ୍ବାତିଆ ୧୭ରନ କରିଥିବାବ ବେଳେ ଲୁକି ଫର୍ଗ୍ୟୁସନ୍, ୟସ୍ ଦୟାଲ ଏବଂ ରାସିଦ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅଲଜାରୀ ଜୋସେଫ୍ ୧ରନ କରି ଅପରାଜିତ ଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି୨୪ ରନ ଦେଇ ୩ଟି ସଫଳତା ପାଇଛନ୍ତି।
