ଆଇପିଏଲ୍-୨୦୨୨ : ବାଙ୍ଗାଲୋର ବିପକ୍ଷରେ ଟସ ଜିତି ଗୁଜୁରାଟର ବ୍ୟାଟିଂ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ର ୬୭ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଏହି ମ୍ୟାଚରେ ବାଙ୍ଗାଲୋର ବିପକ୍ଷରେ ଟସ ଜିତି ଗୁଜୁରାଟର ବ୍ୟାଟିଂ ନିଷ୍ପତ୍ତି ନେଇଛି । ଟାଇଟନ୍ସ ଦଳ ଇତି ମଧ୍ୟରେ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିସାରିଛି । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ଜରୁରି ହୋଇ ପଡ଼ିଛି । ଇତି ମଧ୍ୟରେ ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ଆଜିର ମ୍ୟାଚ୍ରେ ଟାଇଟନ୍ସକୁ ହରାଇ ପାରିଲେ ପଏଣ୍ଟ ତାଲିକାର ଚତୁର୍ଥକୁ ଉନ୍ନୀତ ହେବ ।
ଏହି ମ୍ୟାଚ୍ରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି ଫାଫ ଡୁପ୍ଲେସିସଙ୍କ ନେତୃାତଧୀନ ବାଙ୍ଗାଲୋର । ତେବେ ଏଥର ଆଇପିଏଲର ଲିଗ ପର୍ଯ୍ୟାୟର ପଏଣ୍ଟ ତାଲିକା ସମସ୍ତଙ୍କୁ ଚକିତ କରିଛି । ଏଥର ଆଇପିଏଲରେ ଟୁର୍ଣ୍ଣାମେଣ୍ଟ ଇତିହାସର ସବୁଠ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାକା ନାଇଟ ରାଇଡର୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିସାରିଛନ୍ତି । ଅନ୍ୟପଟେ ଏଥର ଆଇପିଏଲରେ ଡେବ୍ୟୁ କରିଥିବା ଦୁଇ ନୂଆ ଟିମ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପ୍ଲେ-ଅଫ୍ରେ ପ୍ରବେଶ କରିସାଛନ୍ତି । ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେ-ଅଫ ଆଶା ସୂତା ଖିଅରେ ରହିଛି । ଦଳ ୧୩ଟି ମ୍ୟାଚ୍ ଖେଳିସାରିଥିବାବେଳେ ୧୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଟାଇଟନ୍ସକୁ ହରାଇ ପାରିଲେ ପଏଣ୍ଟ ଟେବୁଲ ଚତୁର୍ଥକୁ ଉନ୍ନିକ ହେବ । ମାତ୍ର ପ୍ଳେ-ଅଫ୍ ଟିକେଟ ହାସଲ କରିବାକୁ କେବଳ ଯଥେଷ୍ଠ ହେବନାହିଁ ବରଂ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । କାରଣ ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୧୩ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ପଜିଟିଭ ରନ୍ର ରେଟ୍ ଥିବାରୁ ଶେଷ ମ୍ୟାଚ୍ରେ ବିଜୟୀ ହେଲେ ଋଷଭ ପନ୍ତଙ୍କ ନେତୃତାଧୀନ ଟିମ ପ୍ଲେ-ଅଫ୍ ଖେଳିବ । ଅନ୍ୟପଟେ ଆରସିବି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ।
