ଆଇପିଏଲ୍-୨୦୨୨: ଜାଣନ୍ତୁ କାହାକୁ ରିଟେନ କଲା କେଉଁ ଫ୍ରାଞ୍ଚାଇଜ ଓ କାହାର ଦାମ କେତେ? ଦେଖନ୍ତୁ ସଂପୂର୍ଣ୍ଣ ତାଲିକା
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ ସଂସ୍କରଣରେ ଖେଳିବେ ୧୦ ଦଳ। ଏହି ଦଳ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍ ରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲ୍ସ , ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ଆଇପିଏଲ୍ ୨୦୨୨ ସଂସ୍କରଣ ପାଇଁ ମେଗା ନିଲାମ ପୂର୍ବରୁ ସେମାନଙ୍କ ଦ୍ୱାରା ରଖାଯାଇଥିବା ଖେଳାଳିଙ୍କ ନାମ ନିଶ୍ଚିତ କରିଛି ପ୍ରତ୍ୟେକ ଦଳ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସେମାନଙ୍କର ମୂଳ ଦଳରୁ ସର୍ବାଧିକ ୪ କ୍ରିକେଟର ସର୍ବାଧିକ ଦୁଇ ବିଦେଶୀ ତାରକା ରଖିବାକୁ ଅନୁମତି ଦିଆଯାଇଛି। ପୂର୍ବର ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍ ରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲ୍ସ ଭଳି ୮ ଦଳକୁ ଛାଡି ଆଗାମୀ ସଂସ୍କରଣରେ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ପ୍ରଭୃତି ନୂଆ ଦଳଙ୍କ ମୈଦାନରେ ଦେଖିବାକୁ କ୍ରିକେଟ ପ୍ରେମୀ। ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ଦଳ ସହ ରହିଥିବା ଖେଳାଳିଙ୍କ ବାବଦରେ ଘୋଷଣା କରିଛନ୍ତି ପ୍ରତ୍ୟେକ ଫ୍ରାଞ୍ଚାଇଜ୍। ଏହା ବ୍ୟତୀତ ଲକ୍ଷ୍ନୌ ଏବଂ ଅହମ୍ମଦବାଦ ଭଳି ନୂତନ ଦଳ ପ୍ରତି ପୁଲରୁ ୩ ଜଣ ଖେଳାଳିଙ୍କୁ ନେଇପାରିବେ।
୨୦୨୨ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପାଇଁ ମେଗା ନିଲାମ ପୂର୍ବରୁ ୮ଟି ଫ୍ରାଞ୍ଚାଇଜ ରିଟେନ କରିଥିବା ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ପ୍ରତ୍ୟେକ ଫ୍ରାଞ୍ଚାଇଜ କେବଳ ୪ଜଣ ଖେଳାଳିଙ୍କୁ ରିଟେନ କରିପାରିବା ନେଇ ନିୟମ ରହିଥିଲା । ତେବେ ଦୁଇଜଣ ଭାରତୀୟ ଓ ଦୁଇଜଣ ବିଦେଶୀ ଖେଳାଳି କିମ୍ବା ୩ଜଣ ଭାରତୀୟ ଜଣେ ବିଦେସୀ ଖେଳାଳିଙ୍କୁ ଗୋଟିଏ ଫ୍ରାଞ୍ଚାଇଜ ରିଟେନ କରିବା ନେଇ ସମୀକରଣ ରହିଥିଲା । ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଯଥାକ୍ରମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି), ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଜର୍ସିରେ ନଜର ଆସିବେ ।
ସଂପୂର୍ଣ୍ଣ ତାଲିକା :
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(୧୫ କୋଟି), ଗ୍ଳେନ ମାକ୍ସୱେଲ(୧୧ କୋଟି), ମହମ୍ମଦ ସିରାଜ(୭ କୋଟି) । ଆରସିବି ପାଖରେ ବାକି ଖେଳାଳିଙ୍କୁ ନିଲାମରେ କିଣିବା ପାଇଁ ୫୭ କୋଟି ବଳକା ଅର୍ଥ ରହିଛି।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(୧୬ କୋଟି), ଜଶପ୍ରୀତ ବୁମରା(୧୨ କୋଟି), ସୂର୍ଯ୍ୟକୁମାର ଯାଦବ(୮ କୋଟି), କିରଣ ପୋଲାର୍ଡ(୬ କୋଟି) । ବଳକା ଅର୍ଥ ୪୮ କୋଟି ।
ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ(୧୨ କୋଟି), ଅର୍ଶଦୀପ ସିଂହ(୪ କୋଟି) । ନିଲାମ ପାଇଁ ଅର୍ଥ ରହିଛି ୭୪ କୋଟି ।
ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ(୧୪ କୋଟି), ଅବଦୁଲ ସମାଦ(୪ କୋଟି), ଉମ୍ରାନ ମଲିକ(୪ କୋଟି) । ବଳକା ଅର୍ଥ ରହିଛି ୬୮ କୋଟି ।
ଚେନ୍ନାଇ ସୁପର କିଙ୍ଗ୍ସ: ରବିନ୍ଦ୍ର ଜାଡେଜା(୧୬ କୋଟି), ମହେନ୍ଦ୍ର ସିଂହ ଧୋନି(୧୨ କୋଟି), ମୋଇନ ଅଲୀ(୮ କୋଟି), ଋତୁରାଜ ଗାଏକ୍ବାଡ(୬ କୋଟି) । ବଳକା ଅର୍ଥ ୪୮ କୋଟି ।
ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ(୧୬ କୋଟି), ଅକ୍ଷର ପଟେଲ(୯ କୋଟି), ପୃଥ୍ବୀ ଶ(୭ କୋଟି), ଆନରିଚ ନର୍କିଆ(୬.୫ କୋଟି) । ବଳକା ଅର୍ଥ ୪୭.୫ କୋଟି ।
କୋଲକାତା ନାଇଟ ରାଇଡର୍ସ: ଆନ୍ଦ୍ରେ ରସେଲ(୧୨କୋଟି), ବରୁଣ ଚକ୍ରବର୍ତ୍ତୀ(୮ କୋଟି), ଭେଙ୍କଟସ ଆୟର(୮ କୋଟି), ସୁନୀଲ ନାରିନ(୬ କୋଟି) । ବଳକା ଅର୍ଥ ୪୮ କୋଟି ।
ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ(୧୪ କୋଟି), ଜସ୍ ବଟଲର(୧୦ କୋଟି), ଜଶସ୍ବୀ ଜୟଶ୍ବାଲ(୪ କୋଟି ) । ନିଲାମ ପାଇଁ ବଳକା ରାଶି ୬୨ କୋଟି ।

