ଆଇପିଏଲ୍-୨୦୨୨ : କୋଲକାତାକୁ ୪ ଉଇକେଟରେ ହରାଇଲା ଦିଲ୍ଲୀ
Rovman Powell of Delhi Capitals during match 41 of the TATA Indian Premier League 2022 (IPL season 15) between the Delhi Capitals and the Kolkata Knight Riders held at the Wankhede stadium in Mumbai on the 28th April 2022 Photo by Ron Gaunt / Sportzpics for IPL
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୨ର ୪୧ତମ ମ୍ୟାଚରେ କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଦିଲ୍ଲୀ କ୍ୟାପିଟାଲ ପାୱେଲ । ଶେଷ ଓଭର ବେଳକୁ ରୋଭମନ ପାୱେଲ ଧୂଆଁଦାର ବ୍ୟାଟିଂ କରି କୋଲକାତାର ୧୪୭ ରନ ଟାର୍ଗେଟକୁ ପୂରା କରି ଦିଲ୍ଲୀ କ୍ୟାପିଟାଲ ଆଜିର ମ୍ୟାଚ୍ ଜିତି ନେଇଛି। ଦଳ ୧୯ ଓଭରରେ ୬ ୱିକେଟ ହରାଇ ୧୫୦ ରନ୍ କରିବାରେ ସଫଳ ହୋଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା କୋଲକାତା ଦ୍ୱିତୀୟ ଓଭର୍ରେ ଆରୋନ ଫିଞ୍ଚ(୩)ଙ୍କୁ ହରାଇଥିଲା। ତାଙ୍କୁ ଦିଲ୍ଲୀ ପାଇଁ ଡେବ୍ୟୁ କରୁଥିବା ଚେତନ ସକାରିୟାର କ୍ଲିନବୋଲ୍ଟ କରି ଦେଇଥିଲେ। ଏହାପରେ ଭେଙ୍କଟେଶ ଆୟର(୬)ଙ୍କୁ ଅକ୍ଷର ପଟେଲ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା କୁଲଦୀପ ଯାଦବଙ୍କ ଜଲୱା। ସେ ୭ମ ଓଭର୍ର ଦ୍ୱିତୀୟ ବଲରେ ବାବା ଇନ୍ଦ୍ରଜିତ(୬) ଓ ତୃତୀୟ ବଲରେ ସୁନୀଲ ନାରିନ(୦)ଙ୍କୁ ଆଉଟ କରି କୋଲକାତାକୁ ଯୁଗଳ ଝଟକା ଦେଇଥିଲେ। ୩୫ ରନ୍ରେ ୪ଟି ୱିକେଟ ହରାଇ ସଂଘର୍ଷ କରୁଥିବା କୋଲକାତା ପାଇଁ ଲଢ଼େଇ ଆରମ୍ଭ କରିଥିଲେ ଅଧିନାୟକ ଶ୍ରେୟସ ଆୟର ଓ ନୀତୀଶ ରାଣା। ଉଭୟ ୫ମ ୱିକେଟ ପାଇଁ ୪୮ ରନ୍ ଯୋଡ଼ି ଦଳୀୟ ସ୍କୋରକୁ ୮୩ରେ ପହଞ୍ଚାଇ ଥିଲେ। ଶ୍ରେୟସ(୪୨) ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ କୁଲଦୀପ ଯାଦବ ଆଉଟ କରି ସବୁ ଆଶାରେ ପାଣି ପକାଇ ଦେଇଥିଲେ। ସେହି ଓଭର୍ର ୪ର୍ଥ ବଲରେ ଦିଲ୍ଲୀକୁ ସବୁଠାରୁ ବଡ଼ ସଫଳତା ମିଳିଥିଲା। ବିସ୍ଫୋରକ ଆନ୍ଦ୍ର ରସେଲ(୦)ଙ୍କୁ କୁଲଦୀପ ଷ୍ଟମ୍ପିଂ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ନୀତୀଶ ରାଣା ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ସେ ଶାର୍ଦ୍ଦୁଲ ଠାକୁରଙ୍କୁ ଛକା ମାରି ମାତ୍ର ୩୦ଟି ବଲ୍ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବଡ଼ବଡ଼ ଶଟ ଖେଳି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ରିଙ୍କୁ ସିଂହ ମଧ୍ୟ ଭରପୂର ସହଯୋଗ କରିଥିଲେ। ଉଭୟ ୭ ୱିକେଟ ପାଇଁ ଦଳୀୟ ସ୍କୋରୁ ୮୩ରୁ ନେଇ ୧୪୫ ରନ୍ରେ ପହଞ୍ଚାଥିଲେ। ତେବେ ଶେଷ ଓଭର୍ର ଦ୍ୱିତୀୟ ବଲରେ ରିଙ୍କୁ ସିଂହ(୨୩)ଙ୍କୁ ମୁସ୍ତାଫିଜର ରହମାନ ଆଉଟ କରିଥିଲେ। ସେହିପରି ୪ର୍ଥ ବଲରେ ନୀତୀଶ ରାଣା(୫୭) ଓ ୫ମ ବଲରେ ଟିମ୍ ସାଉଦି(୦)ଙ୍କ ୱିକେଟ ନେଇଥିଲେ। କୋଲାକତା ପାଇଁ ମାତ୍ର ୩୪ ବଲ୍ରେ ୫୭ ରନ୍ କରିଥିବା ରାଣା ୪ଟି ଛକା ଓ ୩ଟି ଚୌକା ମାରିଥିଲେ।
କୋଲତାକା ଭଳି ଦିଲ୍ଲୀ ମଧ୍ୟ ଆରମ୍ଭରୁ ୱିକେଟ ବିପର୍ଯ୍ୟୟର ସାମ୍ନା କରିଥିଲା। ପୃଥିବୀ ଶହ ଉମେଶ ଯାଦବଙ୍କ ପ୍ରଥମ ବଲ୍ରେ ଆଉଟ ହୋଇଥିବା ବେଳେ ଗୋଟିଏ ଓଭର ୩ ବଲ୍ରେ ଖେଳ ଚାଲିଥିବା ବେଳେ ମିଚେଲ ମାର୍ଶଙ୍କ ୱିକେଟ ଯାଇଥିଲା। ମାର୍ଶ ୭ ବଲ୍ରେ ୧୩ ରନ୍ କରି ହର୍ଶିତ ରାଣାଙ୍କ ଶିକାର ହୋଇଥିଲେ। ଏହାପରେ ତୃତୀୟ ୱିକେଟ ପାଇଁ ଡେଭିଡ୍ ୱାର୍ଣ୍ଣର ଓ ଲଳିତ ଯାଦବ ମିଶି ଦଳର ପାଳି ସମ୍ଭାଳିଥିଲେ। ଉଭୟ ୪୯ ବଲ୍ରେ ୬୫ ରନ୍ର ଭାଗିଦାରୀ କରିବା ପରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଯୋଡ଼ି ଭାଙ୍ଗିଥିଲେ ଉମେଶ ଯାଦବ। ଡେଭିଡ ୱାର୍ଣ୍ଣର(୪୨) ନିଜର ଅର୍ଦ୍ଧଶତକ ପୂରା କରି ନପାରି ଉମେଶ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଫଳରେ ଦଳ ୧୦ ଓଭର ବେଳକୁ ୩ ୱିକେଟ ହରାଇ ୮୩ ରନ୍ କରିଥିଲା। ଏହାପରେ ଚତୁର୍ଥ ୱିକେଟ ପାଇଁ ଆସିଥିଲେ କ୍ୟାପ୍ଟେନ୍ ଋଷବ ପନ୍ତ। ଲଳିତ ଯାଦବଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରୁଥିବା ବେଳେ ସେ ବି ୧୧ ଓଭର ଖେଳ ବେଳକୁ ମାତ୍ର ୨ ରନ୍ କରି ଆଉଟ ହୋଇଗଲେ। ସେହିପରି ଦଳ ପକ୍ଷରୁ ଲଳିତ ଯାଦବ ୨୨ ରନ୍ ଅକ୍ସର ପଟେଲ ୨୪, ରୋଭମନ ପାୱେଲ ୩୩ ଓ ଶାର୍ଦୁଲ ଠାକୁର୍ ୮ ରନ୍ କରିଥିଲେ। ତେବେ ଶେଷ ବେଳକୁ ଧୂଆଁଦାର ବ୍ୟାଟିଂ କରି କୋଲକାତା ହାତରୁ ମ୍ୟାଚ୍ ଛଡ଼ା ନେଇଥିଲେ ପାୱଲ୍। ଛକ୍କା ଚୌକା ବର୍ଷାରେ ମାତ୍ର ୧୬ ବଲ୍ରେ ୩୩ ରନ୍ କରି ମ୍ୟାଚ୍ ଜିତାଇଥିଲେ।
