ଆଇପିଏଲ-୨୦୨୨ ନିଲାମୀ : ଜାଣନ୍ତୁ କେଉଁ ଦଳରେ କିଏ ରହିଲେ ?
ମୁମ୍ବାଇ : ବେଙ୍ଗାଲୁରୁରେ ୨୦୨୨ ଆଇପିଏଲ ନିଲାମୀ ହୋଇଛି । ଏଥର ସର୍ବାଧିକ ମୂଲ୍ୟରେ ନିଲାମ୍ ହୋଇଛନ୍ତି ଶ୍ରେୟସ୍ ଆୟେର୍। ତାଙ୍କୁ ୧୨.୨୫ କୋଟି ଟଙ୍କାରେ ନିଲାମ ଧରିଛି ‘କୋଲ୍କାତା ନାଇଡ୍ ରାଇଡର୍ସ’। ଆୟେର୍ କେକେଆର ପକ୍ଷରୁ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳି ପାରନ୍ତି ବୋଲି ସମ୍ଭାବନା ରହିଛି ।
‘ଆଇପିଏଲ୍’ ଅଧ୍ୟକ୍ଷ ବ୍ରଜେଶ ପଟେଲ୍ଙ୍କ ଉଦ୍ଘାଟନୀ ଅଭିଭାଷଣ ସହ ଆଜି ମଧ୍ୟାହ୍ନ ୧୨ଟାରେ ନିଲାମ ଆରମ୍ଭ ହୋଇଥିଲା। ନିଲାମକାରୀ ହେଉଛନ୍ତି ଇଂଲଣ୍ଡ୍ର ହଗ୍ ଏଡ୍ମିଡିସ୍। ନିଲାମ ଆରମ୍ଭରେ ପ୍ରଥମ ଖେଳାଳି ଭାବେ ଭାରତୀୟ ଦଳର ବରିଷ୍ଠ ଓପନର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କୁ କିଣିଛି କିଙ୍ଗସ ଇଲେଭେନ ପଞ୍ଜାବ । ୮ କୋଟି ୨୫ଲକ୍ଷ ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଛି । ପୂର୍ବ ସିଜିନରେ ଦିଲ୍ଲୀ ପାଇଁ ଖେଳୁଥିବା ଧାଓ୍ୱନ ଚଳିତ ବର୍ଷ ପଞ୍ଜାବ ପକ୍ଷରୁ ଆଇପିଏଲ ମଇଦାନରେ ଖେଳିବେ । ସେହିପରି ଭାରତୀୟ ସ୍ପିନର ଆର ଅଶ୍ୱୀନଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ୫ କୋଟିରେ ଅଶ୍ୱିନଙ୍କୁ କ୍ରୟ କରିଛି ରାଜସ୍ଥାନ । ତାଙ୍କର ବେସ୍ ପ୍ରାଇସ୍ ୨କୋଟି ଥିଲା । ବ୍ୟାଟସମ୍ୟାନ ମନିଷ ପାଣ୍ଡେଙ୍କୁ ୪ କୋଟି ୬୦ ଲକ୍ଷରେ କିଣିଛି ଲକ୍ଷ୍ନୌ ସୁପର ଜାଏଣ୍ଟ । ଅଷ୍ଟ୍ରେଲିଆ ଧୂଆଁଧାର ବ୍ୟାଟସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କୁ ୬ କୋଟି ୨୫ ଲକ୍ଷରେ କିଣିଛି ଦିଲ୍ଲୀ କ୍ୟାପିଟାଲସ । ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ କ୍ୱିଣ୍ଟନ ଡିକକଙ୍କୁ ୬ କୋଟି ୭୫ ଲକ୍ଷରେ କିଣିଲା ଲକ୍ଷ୍ନୌ ସୁପର ଜାଏଣ୍ଟ । ଭାରତୀୟ ବ୍ୟାଟସମ୍ୟାନ ଦେବୀଦତ୍ତ ପାଡିକଲଙ୍କୁ ୭ କୋଟି ୭୫ ଲକ୍ଷରେ କିଣିଲା ରାଜସ୍ଥାନ ରୟାଲ୍ସ । ଭାରତୀୟ ବ୍ୟାଟର ରବିନ ଉଥପ୍ପାଙ୍କୁ ୨ କୋଟିରେ ଚେନ୍ନାଇ କିଣିଥିବା ବେଳେ ଇଂଲଣ୍ଡର ବ୍ୟାଟର ଜେସନ ରୟଙ୍କୁ ୨ କୋଟିରେ କିଣିଲା ଗୁଜୁରାଟ ଟାଇଟନ୍ସ କିଣିଛି । ଅଷ୍ଟ୍ରେଲିଆର ଟେଷ୍ଟ୍ କ୍ୟାପ୍ଟେନ୍ ପ୍ୟାଟ୍ କ୍ୟୁମିନ୍ସ୍ଙ୍କୁ ‘ଆଇଏନ୍ଆର୍’ ୭.୨୫ରେ ନିଲାମ୍ ଧରି ପୁନର୍ବାର ପାଇବାରେ ସଫଳ ହୋଇଛି ‘କୋଲ୍କାତା ନାଇଟ୍ ରାଇଡର୍ସ’। କାଗିସୋ ରାବାଡ଼ାଙ୍କୁ ମଧ୍ୟ ‘ପଞ୍ଜାବ କିଙ୍ଗ୍ସ୍’ ୯.୨୫ କୋଟିରେ ଖରିଦ କରିଛି। କିୱିର ସ୍ପେସ୍ ବୋଲର୍ ଟ୍ରେଣ୍ଟ୍ ବୋଲ୍ଟ୍ଙ୍କୁ ୮ କୋଟି ଟଙ୍କାରେ ନିଲାମ ଧରିବାରେ ସଫଳ ହୋଇଛି ‘ରାଜସ୍ଥାନ ରୟାଲ୍ସ୍’। ଭାରତୀୟ ସ୍ପେସ୍ ବୋଲର୍ ମହମ୍ମଦ୍ ସାମିଙ୍କୁ ‘ଗୁଜରାଟ ଟାଇଟନ୍ସ୍’ ୬.୨୫ କୋଟି ଟଙ୍କାରେ ଖରିଦ କରିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡ୍ୟୁ ପ୍ଲେସିସ୍ଙ୍କୁ ‘ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍’ ୭ କୋଟି ଟଙ୍କାରେ ନିଲାମ ଧରିଛି। ଦକ୍ଷିଣ ଆଫ୍ରିକାର ୱିକେଟ୍ ରକ୍ଷକ କ୍ବିନ୍ଟନ୍ ଡି କକ୍ଙ୍କୁ ୬.୭୫ କୋଟି ଟଙ୍କାରେ କିଣିଛି ‘ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍’।
