ଆଇପିଏଲ୍-୨୦୨୧ : ଶେଷ ବଲ୍ରେ ଛକା ମାରି ଆରସିବିକୁ ଜିତାଇଲେ ଭରତ
ଦୁବାଇ : ଆଇପିଏଲର ୫୬ତମ ତା ଶେଷ ଲିଗ୍ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଶେଷ ବଲ୍ରେ ଜିତିବାକୁ ୫ ରନ ଦରକାର ଥିବା ବେଳେ ଶ୍ରୀକର ଭରତ ଅବେଶ ଖାନଙ୍କୁ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ବିଜୟ ସହ ଆରସିବି ନିଜର ପ୍ଲେ ଅଫ୍ ଅଭିଯାନ ଶେଷ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ଵୀ ଶ(୪୮) ଏବଂ ଶିଖର ଧାଓ୍ଵନ(୪୩) ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ଶ୍ରୀକର ଭରତଙ୍କ ଅପରାଜିତ ୭୮ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ଅପରାଜିତ ୫୧ ରନ ଦମରେ ବେଙ୍ଗାଲୁରୁ ୩ ଓ୍ଵିକେଟ୍ ହରାଇ ଶେଷ ବଲରେ ବିଜୟ ହାସଲ କରିଛି।
ଏହି ମ୍ୟାଚ୍ରେ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୬୪ ରନ୍ କରିଛି । ଫଳରେ ବିରାଟଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ୧୬୫ ରନ୍ର ଟାର୍ଗେଟ ମିଳିଛି । ଦୁବାଇରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ବିରାଟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ । ତେବେ ଦିଲ୍ଲୀର ଦୁଇ ଓପନର ଶିଖର ଧୱନ ଏବଂ ପୃଥ୍ୱୀ ଶ’ ବିସ୍ଫୋରକ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ ୧୦ ଓଭର୍ରେ ଦଳ ପାଇଁ ୮୮ ରନ୍ ଯୋଡ଼ିଥିଲେ । ଏହି ସମୟରେ ଚଳିତ ଆଇପିଏଲର ସର୍ବାଧିକ ୱିକେଟ ଦଖଲକାରୀ ହର୍ଷଲ ପଟେଲ ଆରସିବିକୁ ପ୍ରଥମ ସଫଳତା ଦେଇଥିଲେ । ସେ ୩୫ ବଲରେ ୪୩ ରନ୍ କରିଥିବା ଶିଖର ଧୱନଙ୍କୁ ଆଉଟ କରିଦେଇଥିଲେ । ଏହାର ପରବର୍ତୀ ଓଭର୍ରେ ୟୁଜବେନ୍ଦର ଚହଲ ବିସ୍ଫୋରକ ପୃଥ୍ୱୀ ଶ’(୪୮)ଙ୍କୁ ଆଉଟ କରି ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଆଉଟ ହେବା ପୂର୍ବରୁ ସେ ୨ଟି ଛକା ଓ ୪ଟି ଛକା ମାରିଥିଲେ । ସେହିପରି ଧୱନ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି । ୧୦୧ରେ ଦ୍ୱିତୀୟ ୱିକେଟ ହରାଇଥିବା ଦିଲ୍ଲୀ ୧୦୮ରେ ତୃତୀୟ ୱିକେଟ ହରାଇଥିଲା । ଅଧିନାୟକ ପନ୍ତ ମାତ୍ର ୧୦ ରନ୍ କରି ଡାନିଏଲ ଖ୍ରୀଷ୍ଟିଆନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ନିର୍ଭରଯୋଗ୍ୟ ଶ୍ରେୟସ ଆୟର (୧୮) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ତାଙ୍କ ୱିକେଟ ସିରାଜ ନେଇଥିଲେ । ଶ୍ରେୟସ ଆଉଟ ହେବା ପରେ ଶିମରନ ହେଟମେୟର ନିଜର ଜଲୱା ଦେଖାଇଥିଲେ । ସେ ଆରସିବି ଉପରେ କାଉଂଟର ଆଟାକ କରିଥିଲେ । ତାଙ୍କୁ ଯୁବ ତାରକା ରିପାଲ ପଟେଲ ସହଯୋଗ କରିଥିଲେ । ଉଭୟ ଦଳୀୟ ସ୍କୋରକୁ ୧୬୦ ପାର କରାଇଥିଲେ । ହେଟମେୟର ଶେଷ ବଲରେ ଆଉଟ ହୋଇଥିବା ବେଳେ ରିପାଲ ୭ ରନ୍ କରି ଅପରାଜିତ ରହିଥିଲେ । ହେଟମେୟର ଆଉଟ ହେବା ପୂର୍ବରୁ ୨୨ ବଲ୍?ରେ ୨ଟି ଛକା ଓ ୨ଟି ଚୌକା ବଳରେ ୨୯ ରନ କରିଥିଲେ । ଆରସିବି ପକ୍ଷରୁ ମହମ୍ମଦ ସିରାଜ ୨ଟି ୱିକେଟ ନେଇଥିବା ବେଳେ ଚହଲ, ହର୍ଷଲ ଓ ଖ୍ରୀଷ୍ଟିଆନ ଗୋଟିଏ ଲେଖାଏ ସଫଳତା ପାଇଥିଲେ ।
୧୬୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବି ୬ ରନରେ ଦେବଦତ୍ତ ପାଡିକଲ(୦) ଓ ବିରାଟ କୋହଲି(୪) ଓପନର ଦ୍ଵୟଙ୍କୁ ହରାଇ ମୁସ୍କିଲରେ ପଡିଥିଲା। ପରେ ଶ୍ରୀକର ଭରତ ଏବଂ ଏବି ଡିଭିଲିୟର୍ସ ଇନିଂସ ସମ୍ଭାଳି ତୃତୀୟ ଓ୍ଵିକେଟ୍ରରେ ୪୯ ରନ ଯୋଡିଥିଲେ। ଡିଭିଲିୟର୍ସ ବ୍ୟକ୍ତିଗତ ୨୬ ରନରେ ଆଉଟ୍ ହୋଇଥିଲେ। ହେଲେ ଦଳ ପାଇଁ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶ୍ରୀକର ଭରତ ଓ ଇନ ଫର୍ମ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ଵେଲ। ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ। ଦମଦାର ବ୍ୟାଟିଂ କରି ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ରେ ୧୧୧ ରନ ଯୋଡି ଆରସିବିକୁ ସ୍ମରଣୀୟ ବିଜୟ ଦେଇଛନ୍ତି ଭରତ ଓ ମ୍ୟାକ୍ସଓ୍ଵେଲ। ଶେଷ ବଲ୍ରେ ଜିତିବାକୁ ୫ ରନ ଦରକାର ଥିବା ବେଳେ ଶ୍ରୀକର ଭରତ ଅବେଶ ଖାନଙ୍କୁ ଛକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଭରତ ୫୨ ବଲ୍ରୁ ୩ ଚୌକା ଓ ୪ ଛକା ସହ ୭୮ ରନ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୩୩ ବଲ୍ରୁ ୮ ଚୌକା ସହ ୫୧ ରନରେ ଅପରାଜିତ ଥିଲେ।
