ଆଇପିଏଲ-୨୦୨୧ : ହାଇଦ୍ରାବାଦକୁ ୧୬୫ରନର ଟାର୍ଗେଟ ଦେଲା ରାଜସ୍ଥାନ
ଦୁବାଇ : ଆଇପିଏଲର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ୫୭ ବଲରୁ ୭ ଚୌକା ଏବଂ ୩ ଛକା ସହାୟତାରେ ୮୨ ରନ ସଂଗ୍ରହ କରିଛନ୍ତି । ହାଇଦ୍ରାବାଦକୁ ଜିତିବାକୁ ହେଲେ ୧୬୫ ରନ କରିବାକୁ ହେବ । ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ ୨ଟି, ସିନ୍ଦୀପ ଶର୍ମା, ଭୁବନେଶ୍ବର କୁମାର ଏବଂ ରାସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଚଳିତ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ହାଇଦ୍ରାବାଦ ପ୍ଲେ-ଅପରୁ ବାହାର ହୋଇଯାଇଛି । ତେବେ ରାଜସ୍ଥାନ ଦଳ ହାଇଦ୍ରାବାଦ ତୁଳନାରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ୮ ପଏଣ୍ଟ ପାଇଛି ।
ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫ୍ରେ ପ୍ରବେଶ କରିବାକୁ ହେଲେ ଆଜି ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ । ଅନ୍ଵୟାହାପକ୍ଷରେ ସନରାଇଜର୍ସ ୯ଟି ମ୍ୟାଚ୍ ଖେଳି ମାତ୍ର ୨ ପଏଣ୍ଟ ହାସଲ କରିଛି । ତେଣୁ ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ଦଳ ଏକ ପ୍ରକାର ସୁଯୋଗ ହରାଇ ସାରିଛି। ସନରାଇଜର୍ସ ପାଇଁ ଚଳିତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଛି । ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିଫଳ ରହିଛନ୍ତି । ଡେଭିଡ୍ ୱାର୍ଣ୍ଣର ଫର୍ମ ଫେରି ପାଇ ନଥିବାବେଳେ ମନୀଷ ପାଣ୍ଡେ ନିରାଶ କରିଛନ୍ତି । କେନ୍ ୱିଲିୟମସନ ଦଳକୁ ସଂଗଠିତ କରିବାରେ ବିଫଳ ହୋଇଛନ୍ତି । ଭୁବନେଶ୍ୱର କୁମାର ଲୟକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଟି ନଟରାଜନ କରୋନା ସଂକ୍ରମିତ ହୋଇ ଆଇସୋଲେସନରେ ରହିଥିବାରୁ ବୋଲିଂ ବିଭାଗ ସୁଦୃଢ ହୋଇପାରି ନାହିଁ । କେବଳ ରସିଦ ଖାନ୍ ଓ ଜାସନ ହୋଲ୍ଡରଙ୍କୁ ନେଇ ମ୍ୟାଚ୍ ଜିତିବା ସମ୍ଭବ ନୁହେଁ । ତଥାପି ଦଳ ପୂର୍ବ ବିଫଳତାକୁ ଭୁଲି ଶ୍ରେଷ୍ଠ ପ୍ରଦର୍ଶନ କରିବ । ରାଜସ୍ଥାନ ରୟାଲ୍ସ ଇତି ମଧ୍ୟରେ ୮ ପଏଣ୍ଟ ହାସଲ କରିସାରିଛି । ଆଉ ୬ ପଏଣ୍ଟ ହାସଲ କଲେ ଦଳର ପ୍ଲେ-ଅଫ୍ ଅଭିଯାନ ସମ୍ଭବ ହୋଇପାରିବ । କିନ୍ତୁ ଦିନକୁ ଦିନ ଦଳର ପ୍ରଦର୍ଶନରେ ଅବନତି ଘଟିବା ଚିନ୍ତାର ବିଷୟ ହୋଇଛି । ଜୋଫ୍ରା ଆର୍ଚର, ଜୋସ ବଟଲର, ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଦଳର ବିଫଳତା ପଛର ପ୍ରମୁଖ କାରଣ ହୋଇପାରେ । ତଥାପି ଏମାନଙ୍କ ସ୍ଥାନ ପୂରଣ କରିବା ଭଳି ଖେଳାଳି ଦଳରେ ରହିଛନ୍ତି । କ୍ରିସ୍ ମୋରିସ ଓ ଏଭିନ ଲୁଇସ୍ ଆହତ ଅଛନ୍ତି। ଫଳରେ ଉଭୟ ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି ।
