ଆଇପିଏଲ-୨୦୨୧ : ରାଜସ୍ଥାନକୁ ୭ ୱିକେଟରେ ହରାଇଲା ହାଇଦ୍ରାବାଦ
ଦୁବାଇ : ଆଇପିଏଲର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା । ଏଥିରେ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ ।
ଫଳରେ କ୍ରମାଗତ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଲା ସନରାଇଜର୍ସ ହାଇଦ୍ରାବାଦ।
ଆଜି ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଓପନ ଏଭିନ ଲୁଇସ ୬ ରନ କରି ଆଉଟ ହୋଇଥିଲେ । ତେବେ ଯଶସ୍ବୀ ଜୟସ୍ବାଲ ଓ ସଂଜୁ ସାମସନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଜୟସ୍ବାଲ ୩୬ କରିଥିବା ବେଳେ ସାମସନ ୮୨ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମହୀପାଲ ଲାମରୋର ମହତ୍ତ୍ବପୂର୍ଣ୍ଣ ୨୯ ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ କରିପାରିଥିଲା । ୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦର ଦୁଇ ଓପନର ଜାସନ ରୟ ଓ ଋିଦ୍ଧିମାନ ଶାହା ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଓ୍ଵିକେଟ୍ରେ ଦୁଇ ବ୍ୟାଟସମ୍ୟାନ ୫.୧ ଓଭରରେ ୫୭ ରନର ଭାଗିଦାରୀ କରିଥିଲେ। ଶାହା ୧୮ ରନରେ ଆଉଟ୍ ହେବା ପରେ ରୟ ଓ ଶାହା ଦଳର ଇନିଂସକୁ ଆଗକୁ ବଢାଇଥିଲେ। ରୟ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ସହ ୬୦ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ଓ୍ଵିଲିୟମସନଙ୍କ ସହ ୫୭ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ। ପ୍ରିୟମ ଗର୍ଗ(୦) ପାଭିଲିୟନ ଫେରିଥିଲେ। ଅଧିନାୟକ ଓ୍ଵିଲିୟିମନସନ ଅଧିନାୟକତ୍ଵ ଇନିଂସ ଖେଳି ଅଭିଶେଷ ଶର୍ମାଙ୍କ ସହ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ରେ ୪୮ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। କେନ ଓ୍ଵିଲିୟମସନ ୪୧ ବଲ୍ରୁ ୫ ଚୌକା ଓ ୧ ଛକା ସହ ୫୧ ଓ ଶର୍ମା ୨୧ ରନ କରି ଅପରାଜିତ ଥିଲେ। ଦଳ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
